ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଡ଼ ଦୁଃଖଦ ଖବର । କୋଠା ଭୁଷୁଡି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦସୁଦ୍ଧା ଶତାଧିକ ଲୋକ ନିଖୋଜ ଥିବା ଜଣାପଡିଛି । ଏଭଳି ଦୁଃଖଦ ଘଟଣା ଘଟିଛି ନାଇଜେରିଆର କମରସିଆଲ୍ କ୍ୟାପିଟାଲ ଲାଗୋସ ଅଞ୍ଚଳରୁ । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏକ ଗଣ ମାଧ୍ୟମର ସୂଚନା ଅନୁସାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଯୁଦ୍ଧକାଳିନ ଭିତ୍ତିରେ ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି।ସେପଟେ ଲାଗୋସ ସରକାର କହିଛନ୍ତି ଯେ ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। ଏହା ତିଆରି ଚାଲୁଥିବା ସମୟରେ ଏପରି ଅଘଟଣ ଘଟିଛି । ହେଲେ ଏହି କୋଠା ଭୁଷୁଡିବା ସମୟରେ ନିକଟରେ ଥିବା ଅନ୍ୟ ବିଲ୍ଡିଂ ଗୁଡିକର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ୨୨ମହଲା ବିଶିଷ୍ଟ କୋଠାରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।





