ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ ଆସିଛି । ପେଟବ୍ୟଥା ଯୋଗୁଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ କିଡିନୀ ରୋଗୀଙ୍କ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଡୁମେରମୁଣ୍ଡା ଗାଁର ଖେଡୁ ସାମଲ ନାମକ ଜଣେ ବୃଦ୍ଧଙ୍କର ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ମେଡିଶିନ୍ ୱାର୍ଡରେ ଭର୍ତ୍ତି କରିଥିଲେ । ତାଙ୍କ ପାଖରେ କିଡିନୀ ରୋଗରେ ଆକ୍ରାନ୍ତ ହୋଇ ୪୯ ନଂ ବେଡରେ ବଙ୍ଗୋମୁଣ୍ଡା ବ୍ଲକ ଖୁଜେନବାହାଲ ଗାଁର ହରି ମହାନନ୍ଦ ରହିଛନ୍ତି । ୪୯ ନଂ ବେଡରେ ରହୁଥିବା କିଡିନୀ ରୋଗରେ ଆକ୍ରାନ୍ତ ହରିଙ୍କୁ ଦିଆଯିବାକୁ ଥିବା ସାଲାଇନକୁ ଭୁଲରେ ୪୮ନମ୍ବର ବେଡରେ ଥିବା ପେଟ ରୋଗୀ ଖେଡୁ ସାମଲଙ୍କୁ ଦେଇଦେଇଥିଲେ । ସାଲାଇନରେ ଭୁଲ ନାମ ଲେଖା ହୋଇଥବା ଖେଡଙ୍କୁ ପୁଅ ଦେଖିବା ବେଳକୁ ସାଲାଇନଟି ଶେଷ ହୋଇ ସରି ଯାଇଥିଲା । କୌଣସି ଅଘଟଣ ଆଶଙ୍କାରେ ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରିଥିଲେ। କିନ୍ତୁ ସ୍ବାସ୍ଥ୍ୟକର୍ମୀମାନେ ଦୁର୍ବ୍ୟବହାର କରିଥିବା ନେଇ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି।






