ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଡିଓ ତାଙ୍କର ନିଆରା କାର୍ଯ୍ୟ ପାଇଁ ସଦା ସର୍ବଦା ପ୍ରଂଶାସର ପାତ୍ର ହୋଇ ଆସୁଥିବା ବେଳେ ଆଜି ନିଜ ଝିଅ ଜନ୍ମ ଦିନକୁ ବୃଦ୍ଧାଶ୍ରମରେ ପାଳନ କରିଛନ୍ତି । ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ସପରିବାର ନୟାଗଡ଼ ଜରାଶ୍ରମ ସମର୍ପଣରେ ପହଂଚିବା ସହ ଅନ୍ତେବାସୀମାନଙ୍କୁ କମ୍ବଳ ବାଣ୍ଟିଛନ୍ତି । ବିଡିଓଙ୍କ ସହ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ରୋଟାରୀ ଆନ୍ ଧିରେନ୍ଦ୍ର ପଟ୍ଟନାୟକ, ସମାଜସେବୀ ଅରୁଣ ମହାନ୍ତି, ପ୍ରସନ୍ନ ବସନ୍ତିଆ, ମିହିରି ରଂଜନ ନାୟକ ଏହି ସାମାଜିକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅନ୍ତେବାସୀଙ୍କ ସୁବିଧା ଅସୁବିଧା ସଂମ୍ପର୍କରେ ଉପରୋକ୍ତ ବ୍ୟକ୍ତିମାନେ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି, ଦଶପଲ୍ଲା ବିଡିଓ ଯୋଗ ଦେବା ପରଠାରୁ ଦଶପଲ୍ଲା ବ୍ଲକର ଘେରା ଜଙ୍ଗଲ ଅଂଚଳ ମଧ୍ୟରେ ରହୁଥିବା ଜନସାଧାରଣ ନିକଟତ୍ତର ହେବା ସହିତ ସରକାରଙ୍କର ସମସ୍ତ ଯୋଜନା କିପରି ଭାବରେ ପାହାଡ଼ ପର୍ବତ ଉପରେ ରହୁଥିବା ଜନସାଧାରଣ ପାଇ ପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ବ୍ଲକ କତ୍ତୁପକ୍ଷଙ୍କୁ ନେଇ ଚାଲି ଚାଲି ଜଙ୍ଗଲ ଭିତରେ ଥିବା ଗ୍ରାମରେ ପହଂଚୁଛନ୍ତି । ଆଜି ଝିଅ ଆଦ୍ୟା ଦେବାଶିଂ ଜନ୍ମ ଦିନରେ ନୟାଗଡ଼ ଆସି ଜରାଶ୍ରମରେ ଅନ୍ତେବାସୀଙ୍କୁ କମ୍ବଳ ବାଣ୍ଟିବା ଏକ ମହତ ବାର୍ତ୍ତା ଦେଇଛନ୍ତି ।





