Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧.୯ ଗ୍ରାମ ବ୍ରାଉନ୍ସୁଗାର ଜବତ, ତିନି ଗିରଫ

by ସଞ୍ଜୟ ସ୍ୱାଇଁ
November 11, 2019
in Breaking, Crime, State
15
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ସହର ଯୁବ ପିଢ଼ି ଏବେ ବ୍ରାଉନ୍ସୁଗାର କବଳରେ । ଏହି ବ୍ରାଉନ୍ ସୁଗାର କବଳରୁ ଯୁବପିଢ଼ିଙ୍କୁ ମୁକୁଳାଇବା ପାଇଁ ଟାଉନଥାନା ପୁଲିସ ବେପାର କରୁଥିବା ତିନିଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ନୟାଗଡ଼ ଶରଣକୂଳ ଗ୍ରାମ ସୁଆରସାହିର କୈଳାଶ ମହାପାତ୍ରଙ୍କ ପୁଅ ଦିପୁ ମହାପାତ୍ର ଓରଫ ଚଗଲୁ, ଶରଣକୂଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପୁଅ ପ୍ରଦୀପ୍ତ କୁମାର ପ୍ରଧାନ ଓରଫ ବାପି, ଟାଉନଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ଫକିର ପାଳଙ୍କ ପୁଅ ପ୍ରିୟରଂଜନ ପାଳ ଓରଫ ଚିଆଁ । ସୂଚନାନୁସାରେ, ଅଭିଯୁକ୍ତମାନେ ନୟାଗଡ଼ ଜଜାଙ୍ଗୀସାହି ନିକଟବର୍ତ୍ତୀ ଓମଶାନ୍ତି ଆଶ୍ରମଠାରେ ଆଜି ଦିନବେଳା ଏକାଠି ହୋଇ ବ୍ରାଉନସୁଗାର ବ୍ୟବସାୟ କରୁଥିବା ନେଇ ପୁଲିସ ଖବର ପାଇଥିଲା । ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ଚଢ଼ାଉ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନଙ୍କଠାରୁ ୧.୯ ଗ୍ରାମର ବ୍ରାଉନସୁଗାର ଏବଂ ତିନୋଟି ମୋବାଇଲ ଜବତ ହୋଇଛି । ଅନ୍ୟପକ୍ଷେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମୁଣ୍ଡିଆସାହିର ନିରଂଜନ ମହାରଣା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ସେ ଛାଡ଼ିଯାଇଥିବା ହିରୋହୋଣ୍ଡା ବାଇକ ଜବତ କରିଥିବା ନୟାଗଡ଼ ଏସପି ଶଶୀଭୂଷଣ ଶତପଥିୀ ଏବଂ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!