Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିନ୍ନ ଚୋରୀ ଘଟଣାରେ ଶଳା, ଭିଣେଇ ସମେତ ୩ ଗିରଫ

by ସଞ୍ଜୟ ସ୍ୱାଇଁ
November 11, 2019
in Crime, State
36
VIEWS
Share on FacebookShare on Twitter

ବାଇକ, ଗ୍ୟାସ ଓ ୱେଲ୍ଡିଙ୍ଗ ମେସିନ୍ ଜବତ ବାଇକ, ଗ୍ୟାସ ଓ ୱେଲ୍ଡିଙ୍ଗ ମେସିନ୍ ଜବତ 

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଶଳା, ଭିଣୋଇ ମିଶି ଚୋରୀ କରୁଥିବା ବେଳେ ପୁଲିସ ହାତରେ ଲାଗିଛନ୍ତି । ପୁଲିସ ଉଭୟ ଶଳା, ଭିଣୋଇ ଏବଂ ଚୋରୀ ସାମଗ୍ରୀ କିଣିଥିବା ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଗତ ଅକ୍ଟୋବର ମାସ ୧ ତାରିଖ ଦିନ ବିଳମ୍ବିତ ରାତିରେ ଗୋଡିବିଡା ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ହୋଇଥିଲା । ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ଚୁଲା, ଟାଙ୍କି, ଟ୍ରେ ଥାଳି, ଅଣ୍ଡା, ଛତୁଆ ସହ ବିଦ୍ୟାଳୟ ମଧ୍ୟରୁ ଚାଉଳ ଏବଂ ବିଭିନ୍ନ ସାମଗ୍ରୀ ଚୋରୀ ଯାଇଥିଲା । ଏହାକୁ ନେଇ ଦଶପଲ୍ଲା ଥାନାରେ ମଧ୍ୟ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଥିଲା । ଏହାପରେ ଗତ ୫ ତାରିଖ ଦିନ ଖଳିଢିପ ଛକ ସ୍ଥିତ ମାନସ ରଂଜନ ପ୍ରଧାନଙ୍କ ୱେଲ୍ଡିଙ୍ଗ ଦୋକାନ ଭାଙ୍ଗି ଦୁର୍ବୁତ ମାନେ ଟିଭି, ଗ୍ରାଇଣ୍ଡର ମେସିନ୍ ୩ଟି, କଟର୍ ମେସିନ୍ ୧ଟି, ୱେଲ୍ଡିଙ୍ଗ ମେସିନ୍ ୨ଟି ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୂର୍ବରୁ ବହୁ ମାମଲାରେ ଜଡିତ ଗୋଡିବିଡା ଗ୍ରାମର ସନ୍ତୋଷ ସେଠୀକୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା । ମାତ୍ର ସେ ଚୋରୀ ଘଟଣାରେ ସଂପୃକ୍ତ ଥିବା କୈାଣସି ମତେ ରାଜି ହୋଇନଥିବା ବେଳେ ତା ପରିବାର ଲୋକ ଓଲଟା ପୁଲିସ ଉପରେ ଜୁଲୁମ୍ ଦେଖାଇଥିଲେ । ଏହାପରେ ପୁଲିସ ତାକୁ ଛାଡିଦେବା ସହ ତା’ର ମୋବଇଲ ନମ୍ବରକୁ ଟ୍ରାକ୍ କରିଥିଲା । ସେ ୫ ତାରିଖ ଦିନ କେଉଁଆଡେ ଯାଇଥିଲା ଏବଂ କାହା ସହିତ ତାର କଥାବାର୍ତା ହେଉଛି ସେ ନେଇ ତଦନ୍ତ ବେଳେ ସେ ସେହି ରାତିରେ ଖଳିଢିପ ଯିବା ସହ ଅଭୟପୁର ଗ୍ରାମର ଅଟୋ ଡ୍ରାଇଭର ସନ୍ତୋଷ କୁମାର ନାୟକଙ୍କ ସହ ବାରମ୍ବାର କଥା ହେଉଥିବା ଜଣାପଡିଥିଲା । ଏହାପରେ ପୁଲିସ ଅଟୋ ଡ୍ରାଇଭର ସନ୍ତୋଷକୁ ଥାନାକୁ ଆଣି ପଚରା ଉଚରା କରିଥିଲା । ଏହି ପଚରାଉଚରା ସମୟରେ ସେ ସନ୍ତୋଷ ସେଠୀ ଠାରୁ ଟିଭି, ଗ୍ରାଇଣ୍ଡର ମେସିନ୍, କଟର ମେସିନ୍,  ୱେଲଡିଙ୍ଗ ମେସିନ୍ ପ୍ରଭୃତି ରଖିଥିବା ବେଳେ ଟଙ୍କା ନେବା ପାଇଁ ସେ ବାରମ୍ବାର ଫୋନ କରୁଥିବା ସନ୍ତୋଷ ପୁଲିସ ନିକଟରେ ପ୍ରକାଶ କରିଥିଲା । ଏହାପରେ ପୁଲିସ ସନ୍ତୋଷ ସେଠୀକୁ ଆଣି ପଚରା ଉଚରା କରିଥିବା ବେଳେ ସେ ସମସ୍ତ ଘଟଣାକୁ ସ୍ୱୀକାର କରିଦେଇଥିଲା । ଏପରିକି ପୂର୍ବରୁ ଗୋଡିବିଡା ଅଙ୍ଗନବାଡି ଏବଂ ସ୍କୁଲରୁ ସେ ଏକାକି ଚୋରୀ କରିଥିବା ବେଳେ ଗତ ୫ ତାରିଖ ଦିନ ଭିଣୋଇ ରମେଶ ସେଠୀ ସହ ମିଶି ୱେଲଡିଙ୍ଗ୍ ଦୋକାନରୁ ଚୋରୀ କରିଥିବା ପ୍ରକାଶ କରିଥିଲା । ରମେଶ ଓ ସନ୍ତୋଷଙ୍କ ଘରୁ ଅଙ୍ଗନବାଡି ଏବଂ ସ୍କୁଲରୁ ଚୋରୀ ଯାଇଥିବା ବିଭିନ୍ନ ସାମଗ୍ରୀ ସହ ଗୋଟିଏ ବାଇକ୍ କୁ ପୁଲିସ ଜବତ କରିଥିବା ବେଳେ ଅଟୋ ଡ୍ରାଇଭର ସନ୍ତୋଷଙ୍କ ଠାରୁ ଟିଭି, ଗ୍ରାଇଣ୍ଡର ମେସିନ୍, କଟର ମେସିନ୍, ୱେଲ୍ଡିଙ୍ଗ ମେସିନ୍ ପ୍ରଭୃତି ଜବତ କରିଛି । ଏହି ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!