ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ବହୁ ପ୍ରତିକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇଛି । ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ପ୍ରଦ ରାୟକୁ ଦେଶବାସୀ ଅପେକ୍ଷା କରିଥିଲେ । ନଭେମ୍ବର ୧୭ରେ ରାୟ ଶୁଣାଣୀ ହେବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ପରବ ର୍ୀ ମୁହୂ ର୍ରେ ଏହା ନଭେମ୍ବର ୯ ଶନିବାରକୁ ସ୍ଥିର କରାଗଲା । ଦେଶର ସବୁଠାରୁ ପୁରାତନ ଜମି ବିବାଦ ହେଉଛି ଏହି ମାମଲା । ୧୫୨୮ ଅଯୋଧ୍ୟାରେ ଏକ ଏପରିସ୍ଥଳରେ ମସ୍ଜିଦ୍ ନିର୍ମାଣ କରାଗଲା ଯାହାକୁ ନେଇ ଅନେକ ହିନ୍ଦୁ ଭଗବାନ ରାମଙ୍କ ସ୍ଥାନ ବୋଲି ବିବେଚନା କରନ୍ତି । ୧୮୫୩ରେ ଏହି ସ୍ଥଳରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିହେଲା ।
ପ୍ରକାଶଥାଉ କି, ୫ଜଣିଆ ଖଣ୍ଡପୀଠ ଆଜି ଅଯୋଧ୍ୟା ମାମଲାର ରାୟ ଦେଇଛନ୍ତି । ରାମଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ, ଭାରତର ନ୍ୟାୟିକ ଇତିହାସରେ ସବୁଠୁ ଦୀର୍ଘସମୟ ଧରି ଏହି ମାମଲା ଚାଲିଥିଲା । ଆଧ୍ୟାତ୍ମିକସ୍ଥଳ ଅଯୋଧ୍ୟାର ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମମନ୍ଦିର । ରାମଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ୟପକ୍ଷେ ମୁସ୍ଲିମ୍ ପକ୍ଷକୁ ବିକଳ୍ପ ସ୍ଥାନରେ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ସୁନି ୱାକଫ୍ ବୋର୍ଡକୁ ୫ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।





