ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୂଆଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟର ରହିଥିବା ବିଭିନ୍ନ ଦାବି ଓ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ । ଦିଲ୍ଲୀରେ ଅବସ୍ଥାପିତ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ବୈଠକ କରି ସମସ୍ତ କାର୍ଯ୍ୟର ଅଗ୍ରଗତି ହୋଇଛି କି ନାହିଁ ତାର ତଦାରଖ କରିବେ । ମୁଖ୍ୟମନ୍ତ୍ରୀ ସୋମବାର ସନ୍ଧ୍ୟାରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।





