Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍: ବାଂଲୋଦେଶକୁ ହରାଇଲା ଇଂଲଣ୍ଡ

by ସଞ୍ଜୟ ସ୍ୱାଇଁ
October 27, 2021
in Sports
ଟି-୨୦ ବିଶ୍ୱକପ୍: ବାଂଲୋଦେଶକୁ ହରାଇଲା ଇଂଲଣ୍ଡ
65
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପୁଣି କମାଲ୍ କରିଛି ଇଂଲଣ୍ଡ। ବୁଧବାର ଇଂଲଣ୍ଡ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଇଂଲିଶ ଟିମର ବୋଲିଂ ଆଟାକକୁ ସାମ୍ନା କରିନପାରି ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୪.୧ ଓଭରରେ ୨ ୱିକେଟ୍ ହରାଇ ୧୨୬ ରନ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଅନ୍ୟପକ୍ଷରେ ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି। ୧୨୫ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପାଇଁ ଓପନ୍ କରିବାକୁ ଆସିଥିଲେ ଜେସନ୍ ରୟ ଓ ଜୋସ ବଟଲର୍। ବଟଲର୍ ପୁଣିଥରେ ନିରାଶ କରିଥିଲେ ଏବଂ ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଅନ୍ୟତମ ଓପ୍ନର ଜେସନ୍ ରୟ ଦ୍ରୁତ ରନ୍ କରି ଇଂଲଣ୍ଡ ବିଜୟକୁ ସହଜ କରିଦେଇଥିଲେ। ବଟଲରଙ୍କ ସ୍ଥାନରେ ଆସିଥିବା ଡାୱିଡ୍ ମଲାନ ଓପ୍ନର ରୟଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନର ଭାଗିଦାରୀ କରିଥିଲେ। ରୟ ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଟିମର ସ୍କୋର ୧୧୨ ରନରେ ଥିବା ବେଳେ ରୟଙ୍କୁ ଶୋରିଫୁଲ ଇସଲାମ୍ ଆଉଟ୍ କରିଥିଲେ। ରୟ ୩୮ ବଲରେ ୫ ଚୌକା ଓ ୩ ଛକା ସହ ୬୧ ରନ୍ କରିଥିଲେ। ଏହା ପରେ ମଲାନ୍ (୨୮) ଓ ଜନ୍ନି ବେୟାରଷ୍ଟୋ (୮) ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ବାଂଲାଦେଶର ଶୋରିଫୁଲ ଓ ନସୁମ ଅହମ୍ମଦ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ବାଂଲାଦେଶକୁ ମହଙ୍ଗା ପଡ଼ିଥିଲା। ମୁଶଫିକର ରହିମଙ୍କୁ ଛାଡ଼ି ଦେଲେ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଇଂଲିଶ ବୋଲରଙ୍କ ସାମ୍ନାରେ ତିଷ୍ଠିପାରିନଥିଲେ। ଦୁଇ ଓପ୍ନର ଲିଟନ୍ ଦାସ (୯) ଓ ମହମ୍ମଦ ନଇମ (୫) ନିରାଶ କରିଥିଲେ। ଇନଫର୍ମ ସାକିବ୍ ଅଲ ହାସନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରହିମ୍ ୨୯ ଓ କ୍ୟାପଟେନ୍ ମହମ୍ମଦୁଲ୍ଲା ୧୯ ରନର ଧୈର୍ୟ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ ହେଁ, ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଫିଫ୍ ହୋସେନ୍ ୫, ନୁରୁଲ ହାସନ୍ ୧୬, ମେହେଦୀ ହାସନ୍ ୧୧ ଓ ନସୁମ୍ ଅହମ୍ମଦ ଅପରାଜିତ ୧୯ ରନ୍ କରିଥିଲେ। ଇଂଲଣ୍ଡର ଟାଇମଲ୍ ମିଲ୍ସ ୩ଟି, ମୋଇନ୍ ଅଲୀ ଓ ଲିଆମ୍ ଲିଭିଙ୍ଗଷ୍ଟୋନ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!