ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଜିଲ୍ଲା କୃଷି କାର୍ଯ୍ୟାଳୟଠାରେ ଦୁଇଦିନିଆ ଭୂଚେତନା ପ୍ରକଳ୍ପର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷି ବିଭାଗ ଇକ୍ରିସାଟ୍ ହାଇଦ୍ରାବାଦ ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶା ଭୂଚେତନା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉଦ୍ଘାଟନ କରିଥିଲେ । ଇକ୍ରିସାଟ୍ର ଜିଲ୍ଲା ସଂଯୋଜକ ଡ. କପିଳ୍ରାଜ୍ ଭୂଚେତନାର ସମସ୍ତ ତଥ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ତାଲିମ୍ଦାତା ଆଶିଷ ମେହେର୍, ସହକାରୀ କୃଷି ଅଧିକାରୀ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ସହକାରୀ କୃଷି ଅଧିକାରୀ ଭି.ଏ.ଡବ୍ଲୁମାନେ ଉପସ୍ଥିତ ଥିଲେ । ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରୋଗପୋକ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା । ଉଦୟମା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପାଳନ କରାଯାଇଥିଲା ।





