ନୟାଗଡ଼, (ବାଘୁଆବାର୍ତ୍ତା): ପୁଲିସ୍ ମୁଖ୍ୟାଳୟ କଟକର ଅନୁମୋଦନ କ୍ରମେ ଆଜି ନୟାଗଡ଼ ଆରକ୍ଷି ଅଧିକ୍ଷକ ୩୭ଜଣ କନେଷ୍ଟବଳକୁ ବିଭିନ୍ନ ଜିଲ୍ଲାକୁ ବଦଳି କରିଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ କାର୍ଯ୍ୟରତ ଥିବା କନେଷ୍ଟବଳଙ୍କୁ ବଦଳି କରିବା ପାଇଁ ପୁଲିସ୍ ମୁଖ୍ୟାଳୟ, କଟକରୁ ଅନୁମୋଦନ ହୋଇଥିଲା । ଏହାକୁ ନେଇ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ୩୭ଜଣ କନେଷ୍ଟବଲଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରିଛନ୍ତି । ନୟାଗଡ଼ ଟାଉନ ଥାନାରୁ ନକୁଳ ବିଧାରଙ୍କୁ ସୁନ୍ଦରଗଡ଼, ଇଟାମାଟି ଥାନାର ବ୍ରଜେନ୍ଦ୍ର ନାୟକଙ୍କୁ ଖୋର୍ଦ୍ଧା, ନୟାଗଡ଼ ରିଜର୍ଭରୁ ପ୍ରମୋଦ କୁମାର ବେହେରାଙ୍କୁ ଏସ୍.ପି ରେଲୱେ, କଟକ, ନଟବର ନାୟକଙ୍କୁ ମୟୁରଭଞ୍ଜ, ଭଗବତ ନାୟକଙ୍କୁ କନ୍ଧମାଳ, ରଂଜିତ୍ ରଥଙ୍କୁ ରାଉଲକେଲା ପୁଲିସ୍, କୃଷ୍ଣଚନ୍ଦ୍ର ପାଇକରାୟଙ୍କୁ ମାଲକାନଗିରି ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଦଶପଲ୍ଲା ଥାନାର ଜୟନ୍ତ କୁମାର ବେହେରାଙ୍କୁ, ନୂଆଗାଁ ଥାନାର ବସନ୍ତ କୁମାର ମିଶ୍ର,ନୟାଗଡ଼ ଟାଉନ ଥାନାର ଉତ୍ତମ ନାୟକ, କୋସ୍କା ଫାଣ୍ଡିର ବସନ୍ତ କୁମାର ଦଳବେହେରାଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି କରାଯାଇଛି । ସଦର ଥାନାର ଉଦ୍ଧବ ଚନ୍ଦ୍ର ଜାନିଙ୍କୁ ପୁରୀ ଜିଲ୍ଲାକୁ, ଇଟାମାଟି ଥାନାର ଇମ୍ରାନ ଖାଁନ୍ଙ୍କୁ କେନ୍ଦୁଝର ଜିଲ୍ଲାକୁ, ନୟାଗଡ଼ ସି.ଏସରେ ଥିବା ରବିନ୍ଦ୍ର କୁମାର ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ, ଓଡ଼ଗାଁ କୋର୍ଟରେ ଥିବା ବିମଲ କୁମାର ସାମଲଙ୍କୁ ଅନୁଗୁଳ ଜିଲ୍ଲାକୁ, ନୂଆଗାଁ ଥାନାର ରଙ୍କନିଧି ପ୍ରଧାନଙ୍କୁ ପୁରୀ, ଖଣ୍ଡପଡ଼ା କୋର୍ଟରେ ଥିବା ଫିରୋଜ ଅହମ୍ମଦ ରବିଙ୍କୁ ଖୋର୍ଦ୍ଧା, ଦର୍ପନାରାୟଣପୁର ଫାଣ୍ଡିରେ ଥିବା ଅମ୍ବିକାବଲ୍ଲଭ ମହାପାତ୍ରଙ୍କୁ କୋରାପୁଟ, କଣ୍ଟିଲୋ ଫାଣ୍ଡିର ରମେଶ କୁମାର ସାହୁଙ୍କୁ ପୁରୀ, ପ୍ରଜ୍ଞାନନ୍ଦ ପଣ୍ଡାଙ୍କୁ ମାଲକାନଗିରି, ଦଶପଲ୍ଲା ଥାନାର ଇନ୍ଦୁମତି ବସନ୍ତରାଙ୍କୁ ମାଲକାନଗିରି, ଦଶପଲ୍ଲା ଥାନାର ସୁରେନ୍ଦ୍ର କୁମାର ସାହୁଙ୍କୁ ଢେଙ୍କାନାଳ, ଏସଡିପିଓ ନୟାଗଡ଼ର ରମେଶ ଚନ୍ଦ୍ର ମହାନ୍ତିଙ୍କୁ ଖୋର୍ଦ୍ଧା, ସୁବାଷ ଚନ୍ଦ୍ର ପ୍ରଧାନଙ୍କୁ ପୁରୀ, ସଦର କୋର୍ଟର ତ୍ରିନାଥ ବରାଡଙ୍କୁ ପୁରୀ, ଟ୍ରାଫିକ୍ ପିଏସର ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଖୋର୍ଦ୍ଧା, ନୂଆଗାଁ ଥାନାର କେଶବ ଚନ୍ଦ୍ର ନାୟକଙ୍କୁ ପୁରୀ, ବାହାଡାଝୋଲା ଫାଣ୍ଡିର କୁଳମଣି ନାୟକଙ୍କୁ ଖୋର୍ଦ୍ଧା, ଗଣିଆ ଥାନାର ନଟବର ନାୟକଙ୍କୁ ପୁରୀ, ସଦର ଥାନାର ପ୍ରଭାତ କୁମାର ଜାନିଙ୍କୁ ପୁରୀ, ନୟାଗଡ଼ ବିଦ୍ୟୁତ୍ ଥାନାର ମମତାମୟୀ ମଙ୍ଗରାଜଙ୍କୁ ଖୋର୍ଦ୍ଧା, ଫତେଗଡ଼ ଥାନାର ଯୋଗେନ୍ଦ୍ର ବେହେରାଙ୍କୁ ପୁରୀ, ସଦର ଥାନାର ଅର୍ଜ୍ଜୁନ ଯାନିଙ୍କୁ ପୁରୀ, ଟ୍ରାଫିକ୍ ଥାନାର ଭାସ୍କର ଚନ୍ଦ୍ର ମହାରଣାଙ୍କୁ ବାଲେଶ୍ୱର, ରିର୍ଜଭରୁ ଅଖିଳ କୁମାର ନାୟକଙ୍କୁ ପୁରୀ, ଦର୍ପନାରାୟଣପୁର ଫାଣ୍ଡିର ଶ୍ରୀନିବାସ ଶତପଥିଙ୍କୁ ପୁରୀ ଓ ନୟାଗଡ଼ ରିର୍ଜଭର ବସନ୍ତ କୁମାର ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି କରାଯାଇଥିବା ନେଇ ଆଜି ଜିଲ୍ଲା ଆରକ୍ଷି ଅଧିକ୍ଷକ ଶ୍ରୀ କଟ୍ଟାରିଆ ବିଜ୍ଞପ୍ତି ଜାରି କରିଛନ୍ତି ।





