ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୁବାଇରେ ଚଳିତ ଟି-୨୦ ବିଶ୍ୱକପ୍ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ ଟକ୍କର ହୋଇଛି ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍ ଟିମ୍ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ୮ୱିକେଟରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ ଲୁଇସ ସର୍ବାଧିକ ୫୬ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ଡ୍ୱେନ ପ୍ରିଟୋରିୟସ ୩ଟି ୱିକେଟ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଆଇଡେନ ମାର୍କମାନ (୫୧ ନଟଆଉଟ) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରାଶି ଭାନ ଡେର ଡସେନ ୪୩ ଓ ରୀଜା ହେଣ୍ଡରିକ୍ସ ୩୯ ରନର ଇନିଂସ ଖେଳିଥିଲେ । କ୍ରମାଗତ ଭାବେ ଦ୍ୱିତୀୟ ପରାଜୟ ହୋଇ ୱେଷ୍ଟଇଣ୍ଡିଜ୍ ଟିମ୍ ସଙ୍କଟରେ ପଡଯାଇଛି ।






