Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ଓଡ଼ିଶାକୁ ଟେକ୍ସଟାଇଲ୍‌ ହବ୍‌ରେ ପରିଣତ କରିବ : ଶିଳ୍ପ ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
October 25, 2021
in Feature News
ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ଓଡ଼ିଶାକୁ ଟେକ୍ସଟାଇଲ୍‌ ହବ୍‌ରେ ପରିଣତ କରିବ : ଶିଳ୍ପ ମନ୍ତ୍ରୀ
21
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ପୂର୍ବାହ୍ନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ମେକିଂ ଓଡ଼ିଶା ଦି ଟେକ୍ସଟାଇଲ୍‌ ହବ୍‌ ଅଫ୍‌ ଇଷ୍ଟ’ ଶୀର୍ଷକ ଏକ ଦିନିକିଆ ସେମିନାର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ରାଜ୍ୟକୁ ଏକ ଟେକ୍ସଟାଇଲ୍‌ ହବ୍‌ରେ ପରିଣତ କରିପାରିବ ବୋଲି କହିଥିଲେ । ଏହି ଅବସରରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ରାଜ୍ୟ ସରକାର ସ୍ଥିର ନେତୃତ୍ୱ, ସ୍ୱଚ୍ଛ ଶିଳ୍ପ ନୀତି ଏବଂ କଞ୍ଚାମାଲ, ଦକ୍ଷ ଓ କୁଶଳୀ ମାନବସମ୍ବଳ, ରାଜ୍ୟର ବଳକା ବିଦୁ୍ୟତ ଇତ୍ୟାଦି ଶିଳ୍ପ ପରିମଣ୍ଡଳକୁ ବେଶ୍‌ ସୁହାଇ ପାରିଛି । ବିଶେଷ କରି ଇଡ଼୍‌କୋ ମାଧ୍ୟମରେ ନୂତନ ଶିଳ୍ପ ସୃଷ୍ଟି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଏବଂ କ୍ଲଷ୍ଟର ଆପ୍ରୋଚ୍‌ ଯୋଗେ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମିର ଉପଲବ୍ଧ ହେବା ଶିଳ୍ପ ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିଥିବା ସେ ସୂଚିତ କରିଥିଲେ । ତା’ଛଡ଼ା ରାଜ୍ୟର ପ୍ରାଚୀନ ସାମୁଦି୍ରକ ବହିଃବ୍ୟାପାରର ଇତିହାସ ରହିଛି ବୋଲି ସେ କହିଥିଲେ । ପ୍ରାରମ୍ଭିକ ସୂନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ରାଜ୍ୟର ଉତ୍ତମ ବାତାବରଣ ସହ ସରକାରଙ୍କ ଶିଳ୍ପାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଓଡ଼ିଶା କିପରି ପୁଞ୍ଜିନିବେଶ ପାଇଁ ଏକ ପ୍ରକୃଷ୍ଟ ରାଜ୍ୟ ତାହା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଟେକ୍ସଟାଇଲ୍‌ ସଚିବ ଶ୍ରୀ ଉପେନ୍ଦ୍ର ପ୍ରସାଦ ସିଂ କେନ୍ଦ୍ର ସରକାରଙ୍କ ନିକଟରେ ଘୋଷିତ ପିଏଲ୍‌ଆଇ ଓ ପିଏମ୍‌ ମିତ୍ର ପରି ଦୁଇଟି ନୂତନ ସ୍କିମ୍‌ ସଂପର୍କରେ ଧାରଣା ଦେଇଥିଲେ । ଏଥି ସହିତ ସେ କ୍ଲଷ୍ଟର ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଲୋଜିଷ୍ଟିକ୍‌ ଖର୍ଚ୍ଚ ୩ରୁ ୪ ପ୍ରତିଶତ ହ୍ରାସ ହେଉଥିବା ନୂଆ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିହାତି ଭାବେ ଏକ ସୁଯୋଗ ବୋଲି କହିଥିଲେ । ତେଣୁ ଯେଉଁ ସ୍ଥାନରେ ଏସବୁ ସୁବିଧା ଉପଲବ୍ଧ ସେଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହେବାକୁ ସେ ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାର ଏ ଦିଗରେ ଏକ ପେଶାଦାର ଆଭିମୁଖ୍ୟ ନେଇ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରୁଥିବା ଏକ ସୁବର୍ଣ୍ଣ ସୁଯୋଗ ଓ ଦେଶର ସାଢ଼େ ୧୦ କୋଟି ଲୋକ ଟେକ୍ସଟାଇଲ୍‌ ଶିଳ୍ପ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଯୋଗୁଁ ଏହାର ଗୁରୁତ୍ୱ ରହିଥିବା ସେ ପ୍ରକାଶ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଏବେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ପ୍ରମୁଖ ରାଜ୍ୟ ବୋଲି ପ୍ରକାଶ କରିଥିଲେ । ସେହିପରି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସର୍ବାଗ୍ରେ ରହିଥିବା ସେ କହିଥିଲେ । ଆମେ ଏକ ଦକ୍ଷତା ବିକାଶ ମିଶନ ପ୍ରତିଷ୍ଠା କରିଥିବା ଏବଂ ଆମର ପ୍ରଗତିଶୀଳ ଶିଳ୍ପନୀତି ଆମକୁ ଆଗକୁ ଯିବାକୁ ସୁଯୋଗ ଦେଇଛି । ତା’ଛଡ଼ା ରାଜ୍ୟର ବିସ୍ତିର୍ଣ୍ଣ ଉପକୂଳରେ ତିନୋଟି ବନ୍ଦର ଏବଂ ଆଗକୁ ଟାଟା ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର ରାଜ୍ୟର ଶିଳ୍ପ ବିକାଶକୁ ନୂତନ ସୋପାନକୁ ନେଇପାରିବ ବୋଲି ଉଲ୍ଲେଖ କରି ଟେକ୍ସଟାଇଲ୍‌ ନିମନ୍ତେ ଆବଶ୍ୟକ ହେଉଥିବା ପ୍ରମୁଖ କଞ୍ଚାମାଲ ପାରାଦ୍ୱୀପ ପେଟ୍ରୋକେମିକାଲ ରିଫେନାରୀରୁ ଯୋଗାଣ ଏବେ ଏକ ଆଶୀର୍ବାଦ ହୋଇପାରିଥିବା ସେ କହିଥିଲେ । ଆନ୍ତର୍ଜାତିକ ସ୍ତରରେ କାରବାର କରୁଥିବା ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଯଥା ସାହି ଏକ୍ସପୋର୍ଟ, ଆଦିତ୍ୟ ବିର୍ଲା ଫେସନ୍‌, ପେଜ୍‌ ଇଣ୍ଡଷ୍ଟି୍ରଜ୍‌ ଏବଂ ୱାଇଲï ଲୋଟସ୍‌ ଏହି ସେମିନାରରେ ଅଂଶଗ୍ରହଣ କରି ରାଜ୍ୟରୁ ଅର୍ଜନ କରିଥିବା ଅଭିଜ୍ଞତା ବଖାଣିଥିଲେ । ଏଥି ସହିତ ସେମାନେ ରାଜ୍ୟର କୁଶଳୀ ମାନବସମ୍ବଳ, ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଣ, ସରକାରୀ ସହାୟତା, ପ୍ରୋତ୍ସାହନ ରାଶି ପ୍ରଦାନ, ଏକକ ବାତାୟନ ବ୍ୟବସ୍ଥା ପ୍ରଭୃତି ସେମାନଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଯଥେଷ୍ଟ ସାହାଯ୍ୟ କରିବା ସେମାନେ ବର୍ଣ୍ଣନା କରିଥିଲେ । ଆଗକୁ ସେମାନେ ସବୁଜ ପ୍ରାନ୍ତର ସଂପ୍ରସାରଣ ଓ ପ୍ରକଳ୍ପଗୁଡ଼ିକର ବିବିଧତା ବିକାଶ ଦିଗରେ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ସେମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ବିିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୩୦ଟି ଶିଳ୍ପସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରୁ ଆଇଓସିଏଲର ନିର୍ଦ୍ଦେଶକ ଶ୍ରୀ ରାମ କୁମାର, ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ୍‌ କମିଶନର ତଥା ସଚିବ ଶ୍ରୀମତୀ ଶୁଭା ଶର୍ମା ପରିଚାଳନା ନିର୍ଦ୍ଦେଶକ ଇପିକଲ୍‌ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଏହି ଅବସରରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!