Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : ନଭେମ୍ବର ୮ରୁ ୧୨ ବୋଇତ ବନ୍ଦାଣ ଉତ୍ସବ

by ସଞ୍ଜୟ ସ୍ୱାଇଁ
November 6, 2019
in State
26
VIEWS
Share on FacebookShare on Twitter

ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ନୟାଗଡ଼ ପୁରୁଣା ସହରରେ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି । ଦୀର୍ଘ ୧୫ ବର୍ଷ ଧରି ଏହି ବୋଇତବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଆସୁଥିବା ବେଳେ ଏହି ବର୍ଷ ୧୬ ବର୍ଷରେ ପଦାର୍ପଣ କରିଛି । ନଭେମ୍ବର ୮ ତାରିଖରୁ ୧୨ ତାରିଖ ୫ଦିନ ଧରି ନୟାଗଡ଼ ଟାଉନ୍ହଲ୍ ନିକଟରେ ଏହି ଉତ୍ସବ ଅନୁଷ୍ଠିତ ହେବ । ସବୁବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ୮ତାରିଖ ଦିନ ରଘୁରାଜପୁରର ଗୋଟିପୁଅ ନୃତ୍ୟ, ଭୁବନେଶ୍ୱରର ମେଲୋଡି ନାଇଟ୍ ଅନୁଷ୍ଠିତ ହେବ । ୯ତାରିଖ ଦିନ ବାଙ୍କୀର ସିଂଘମ ଡ୍ୟାନ୍ସ ଗ୍ରୁପ୍ ଓ ଭୁବନେଶ୍ୱରର ରକ୍ଷ୍ଟାର ଡ୍ୟାନ୍ସ ଗ୍ରୁପ୍ କାର୍ଯ୍ୟକ୍ରମ ହେବ । ୧୦ ତାରିଖ ଦିନ ଭୁବନେଶ୍ୱରର ଶିଳ୍ପିକା ଡ୍ୟାନ୍ସ ଗ୍ରୁପ୍ ଏବଂ କଟକର କିଙ୍ଗ ଆଣ୍ଡ କୁଇନ୍ ମେଲୋଡି ଅନୁଷ୍ଠିତ ହେବ । ୧୧ ତାରିଖ ଦିନ ବଲାଙ୍ଗୀର ଢୋଲ ମହୁରି ଓ ଭୁବନେଶ୍ୱରର ଆରିୟନ୍ ଡ୍ୟାନ୍ସ ଗ୍ରୁପ୍ ଏବଂ ହାତ୍ୟଅଭିନେତା ନନ୍ସେନ୍ସ ମଣି ଯୋଗଦେବେ । ୧୨ ତାରିଖ ଦିନ ସକାଳ ୭ଟା ସମୟରେ ସାଗରପୋଖରୀ ଠାରେ ନାଟକ ତଅପୋଇ ଅନୁଷ୍ଠିତ ହେବା ସହ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ଏହି ଉତ୍ସବରେ ଯୋଗଦେବେ । ସନ୍ଧ୍ୟା ସମୟରେ ପୁରୀର ରଙ୍ଗଶାଳା ଓ ଭୁବନେଶ୍ୱରର ମେଲୋଡି ଗୀତ୍ ମିଲନ୍ ଓ କଣ୍ଠଶିଳ୍ପୀ ଦୀପ୍ତିରେଖ ଏବଂ କୌଶିକ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବୋଇତ ବନ୍ଦାଣ କମିଟିର ସଭାପତି କିଶାନ ଦାସ ପ୍ରକାଶ କରିଛନ୍ତି । ପ୍ରତେକ ଦିନ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବାର ସ୍ଥିରିକୃତ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!