ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରିବା, ବହୁ ସଂଖ୍ୟକ କନିଷ୍ଠ ଶିକ୍ଷକ ନିଯୁକ୍ତି, ନୟାଗଡ଼ ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି, ବୟସ ସୀମା ୩୨ ରୁ ୪୨, ରାଜ୍ୟସ୍ତରୀୟ କାଉନ୍ସେଲିଂ ମାଧ୍ୟମରେ ଚୟନ ଓ ତାଲିମ୍ପ୍ରାପ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ନୂତନ ପ୍ରାର୍ଥୀମାନଙ୍କୁ ତାଲିମ୍ଦେବା ବନ୍ଦ କରାଯାଉ ଦାବିରେ ଆଶାୟୀ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ପ୍ରାୟ ୫୦ହଜାରରୁ ଊଦ୍ଧ୍ୱର୍ ସିଟି ଓ ବିଇଡି ତାଲିମ୍ପ୍ରାପ୍ତ ଯୋଗ୍ୟ ହିତାଧିକାରୀ ପ୍ରାର୍ଥୀ ରହିଥିବା ବେଳେ ରାଜ୍ୟରେ ଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧ଲକ୍ଷରୁ ଊଦ୍ଧ୍ୱର୍ ଶିକ୍ଷକ ପଦବୀ ଖାଲିଥିବା ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଖାଲିପଡିଥିବା ଶିକ୍ଷକ ପଦବିକୁ କନିଷ୍ଠ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଯଥାଶୀଘ୍ର ପୂରଣ କରିବାପାଇଁ ଦାବି ରଖାଯାଇଛି । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ରାଜୀବ କୁମାର ସାହୁ ଓ ସମ୍ପାଦକ ଅନିଲ କୁମାର ପ୍ରଧାନଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।





