ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ) ନୟାଗଡ଼ ଜିଲ୍ଲା ମହିଳା ମୋର୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟ। ଳୟ ଠାରେ ଆନ୍ଦୋଳନ କରାଯାଇଛି । ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟନାକୁ ନେଇ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସ ପୁର ପଞ୍ଚାୟତର ସ୍ମିତାରଣୀ ବିଶ୍ଵାଳ ହତ୍ୟା ଘଟଣାର ତଦନ୍ତ ଓ କେନ୍ଦ୍ର।ପଡା ଘଟଣାର ତଦନ୍ତ ଦାବି ନେଇ ଜିଲ୍ଲା ମହିଳା ମୋର୍ଚା ପକ୍ଷରୁ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଏହି ଘଟଣାରେ ସେଠାକାର ଜିଲ୍ଲା ପାଳ, ଏସ.ପି. ଓ ବିଡିଓ ଙ୍କ ଭୂମିକାକୁ ସନ୍ଦେହ କରାଯାଇଅଛି । ଅପରାଧୀକୁ ଶାସକ ବିଜେଡି ଦଳ ସୁରକ୍ଷା ଦେଉଛି । ଏହାର ସି ବି ଆଇ ତଦନ୍ତ କରାଯିବ। ପାଇଁ ଦାବି କରାଯାଇଅଛି । ଜିଲ୍ଲା ମହିଳା ମୋର୍ଚା ସଭା ନେତ୍ରୀ ଅନୁସୂୟା ସାହୁ ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ଉପ ସଭାନେତ୍ରୀ ନିର୍ମଳା ବିଶ୍ଵାଳ ନେତୃତ୍ଵ ରେ ୫୦ ରୁ ଊର୍ଦ୍ଧ୍ଵ ବି ଜେ ପି ମହିଳା କର୍ମୀ ଯୋଗ ଦେଇ ଥିଲେ । ଜିଲ୍ଲା ପାଳ ଡକ୍ଟର ପୋମା ଟୁଡୁଙ୍କୁ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇ ଥିଲେ ।






