Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲା ଠିକାଦାର ସଂଘର ଆନ୍ଦୋଳନ ଚେତାବନୀ

by ସଞ୍ଜୟ ସ୍ୱାଇଁ
November 5, 2019
in Breaking, Politics, State
39
VIEWS
Share on FacebookShare on Twitter

୧୦ଦଫା ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ନୟାଗଡ଼,(ବାଘୁଆବା ର୍ା ବ୍ୟୁରୋ): ନୟାଗଡ଼ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ନୟାଗଡ଼ ରୋଟାରୀଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ପ୍ରଭାତ ଦାସ, ଜିଲ୍ଲା ସଭାପତି ଆରିଫ୍ ଖାଁ ଓ ସମ୍ପାଦକ ପ୍ରଭାତ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନିଲ ମହାଲିକ୍, ଚି ରଞ୍ଜନ ସ୍ୱାଇଁ, ପ୍ରଫୁଲ୍ଲ ପଣ୍ଡା, ବିଶ୍ୱଜିତ୍ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ୨୦୦ରୁ ଊଦ୍ଧ୍ୱର୍ ଠିକାଦାର ଯୋଗଦେଇ ରାଜ୍ୟ ସରକାର ତାଙ୍କ ଦାବି ଶୁଣନ୍ତୁ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସରକାର ଠିକାଦାରମାନଙ୍କ ପ୍ରତି ନକରାତ୍ମକ ମନୋଭାବ, ଶୋଷଣ ଆଭିମୁଖ୍ୟ, ସେମାନଙ୍କର ଅର୍ଥନୈତିକ କ୍ଷେତ୍ରକୁ ବିପର୍ଯ୍ୟୟ କରିଦେଉଛି । ଅନେକ ଓଡ଼ିଆ ଠିକାଦାର ବିନା ଦୋଷରେ ସରକାରୀ କଳର ଚକ୍ରାନ୍ତରେ ୧୦ବର୍ଷ ଧରି ଜେଲ୍ ଭିତରେ ରଖିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ୨୦୧୪ର ସ୍ଥିରିକୃତ ସିଡୁଲ ରେଟ୍ର ୨୦୧୯ ମୂଲ୍ୟ ଭି ିରେ ପୁନଃ ଆକଳନ, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀ ପ୍ରଚଳନ, ଭାରତ ସରକାରଙ୍କର ଷ୍ଟାଣ୍ଡାର୍ଡ ଟାଡା ବୁକ୍ର ପ୍ରଚଳନ, ରାଜ୍ୟ ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ୧୪.୯୯% ସମ୍ପୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ, ଶ୍ରମିକ ମଜୁରୀର ଉଚିତ୍ ନିର୍ଦ୍ଧାରଣ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍ଟି ପାଇଁ ଅଧିକ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସ ର୍ ବ୍ୟତୀତ କେବଳ ଲାଇସେନ୍ସ୍ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ବିଭିନ୍ନ ସଂଚୟ ପତ୍ର ମାଧ୍ୟମରେ ସିକୁରିଟି ପ୍ରଦାନ, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରସିଦ୍ ଉପରେ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର ଏହିପରି ୧୦ଗୋଟି ଦାବି ସେ ରଖିଛନ୍ତି ।

ପ୍ରକାଶଥାଉ କି ଠିକାଦାର ସଂଘର ରାଜ୍ୟ ସଭାପତି ପ୍ରଭାତ ଦାସଙ୍କ କହିବା ଅନୁସାରେ ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ କଥାବା ର୍ା ଅନେକାଂଶରେ ସଫଳ ହୋଇଛି । ରାଜ୍ୟ ସରକାର ୯ଗୋଟି ଦାବି ଉପରେ ରାଜି ହୋଇଛନ୍ତି । ଅନେକ ସୁଫଳ ଆଶା ଥିଲେ ମଧ୍ୟ ସମ୍ପୂର୍ଣ୍ଣ ୧୦ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଠିକାଦାରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରଖିବେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!