ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ। ଶୁକ୍ରବାର ୬ଜଣ ଓଏଏସ୍ଙ୍କୁ ବଦଳି କରାଯାଇଛି । ଏ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡେରାବିଶ ତହସିଲଦାର ସମ୍ବିତ ଶତପଥୀଙ୍କୁ ପୁରୀ ସଦର ବିଡିଓ ଭାବେ ଅବସ୍ଥାପିତ କରାଯାଇଛି । ରେଙ୍ଗାଲି ତହସିଲଦାର ସୁନୀଲ ମେହେରଙ୍କୁ ଝରାବନ୍ଧ ବିଡିଓ ଭାବେ ନୂଆ ଦାୟିତ୍ୱ ମିଳିଛି । ଗଂଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁଙ୍କୁ ସେଠାକାର ବିଡିଓ ଭାବେ ଅବସ୍ଥାପିତ କରାଯାଇଛି । କୋଟଗଡ ତହସିଲଦାର ଲକ୍ଷ୍ମୀଧର ସାହୁଙ୍କୁ ବେଗୁନିଆ ବିଡିଓ ଭାବେ ନିଯୁକ୍ତି ମିଳିଛି । ରାୟଗଡା ତହସିଲଦାର ଉମାକାନ୍ତ ବେହେରାଙ୍କୁ କେନ୍ଦ୍ରାପଡା ମାର୍ଶାଘାଇ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି । ବାସୁଦେବପୁର ତହସିଲଦାର ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ କୁଜଙ୍ଗ ବିଡିଓ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି ।






