ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଦିନକୁ ଦିନ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଛି ନିଶା କାରବାର । ବିଶେଷକରି ଯୁବଗୋଷ୍ଠୀ ଏହି ନିଶା ବ୍ୟବସାୟ କରି ବିପଥଗାମୀ ହେଉଛନ୍ତି । କିନ୍ତୁ ଏହି ନିଶା ବ୍ୟବସାୟରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ସେହିଭଳି ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବିଡିଏ କଲୋନୀ ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୭୦୦ବୋତଲ କଫ୍ ସିରପ୍, ୩୦ଗ୍ରାମ ବ୍ରାଉନସୁଗାର ସହ ୪୯ ହଜାର ୫୭୦ ଟଙ୍କା ଜବତ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଅମରେଶ ବେହେରା । ସେପଟେ ଜବତ କଫ୍ ସିରପ୍ ଓ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଏସପି ଝାସକେତନ ବରିହା ।






