କୋରାପୁଟ, (ବାଘୁଆବାର୍ତ୍ତା): କୋଟିଆରେ ଓଡିଶା ପୋଲିସ ଫୋର୍ସ ମୁତୟନ । ସୁନାବେଡା, ସେମିଳିଗୁଡା, ଦାମନଯୋଡି, ପଟାଙ୍ଗି ଥାନା ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ପୋଲିସ୍ ଫୋର୍ସ ସହ ସେଠାରେ ମୁତୟନ କରାଯାଇଛି । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଗସ୍ତ କାର୍ୟ୍ୟକ୍ରମ ଥିବାରୁ ତାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ଫୋର୍ସ ମୁତୟନ କରାଯାଇଛି ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋଟିଆରେ କଡା ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସେଠାରେ ଆନ୍ଧ୍ର ପକ୍ଷରୁ ବାରମ୍ବାର କରାଯାଉଥିବା ବିଶୃଙ୍ଖଳାକୁ ବରାଦସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ସେଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡା କଡି କାର୍ୟ୍ୟକାରୀ କରାଯିବ କହିଛନ୍ତି । ସୂଚନା ଯୋଗ୍ୟ ବିବାଦୀୟ କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳ ଆନ୍ଧ୍ର ପକ୍ଷରୁ ବାରମ୍ବାର ସେଠାରେ ବିବାଦ କରାଯାଉଛି ।






