Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଖୋଜିବାକୁ ଯାଇ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ଗଞ୍ଜେଇ ଖୋଜିବାକୁ ଯାଇ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ
466
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଖୋଜିବାକୁ ଯାଇ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ କରିଛି ପୁଲିସ। ଜଣେ ନିଶା ବେପାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଦେଖି ପୁଲିସ୍‌ ତାଜୁବ ହୋଇଥିଲା। ପରେ ପୁଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି। ଏପରି ଘଟଣା ଘଟଣା ଗଞ୍ଜାମ ଖଲିକୋଟ ଥାନା ଅଞ୍ଚଳରେ ଘଟିଛି। ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କିଣି ସ୍କୁଟିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ପୁଲିସ୍‌ ଅଚାନକ ରଜନୀକାନ୍ତଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା ଜବତ କରିଥିଲା। ଏହାଛଡ଼ା ନଗର ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ପୁଲିସ ଜବତ କରିଥିଲା। ଜଣେ ନିଶା ବେପାରୀ ଏତେ ପରିମାଣର ଅର୍ଥ ଓ ସୁନା କେଉଁ ଉପାୟରେ ଉପାର୍ଉଜନ କଲେ? ତାହାର ହିସାବ ଦେଇପାରିନଥିଲେ ରଜନୀକାନ୍ତ। ଯେଉଁଥିପାଇଁ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!