ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋରୁଆ ସଲାଣ୍ଟି ଗାଁରେ ଘଟିଛି ଅଘଟଣ । ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଦେବୀ ନଦୀରେ ବୁଡି ଯାଇ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ସାଙ୍ଗ ଉଦ୍ଧାର କରାଯାଇଛି। ମୃତ ଛାତ୍ର କୋରୁଆ ସଲାଣ୍ଟି ଗାଁର ଅଜୟ ମଳିକଙ୍କ ପୁଅ କାର୍ତ୍ତିକ ମଲିକ । ଗୁରତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୩ ସାଙ୍ଗ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।






