Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନରସିଂହପୁର ଥାନାରେ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ, ୪ ଆହତ

by ସଞ୍ଜୟ ସ୍ୱାଇଁ
October 22, 2021
in State
ନରସିଂହପୁର ଥାନାରେ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ, ୪ ଆହତ
127
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ନରସିଂହପୁର ଥାନାରେ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ଆଠଗଡ଼ ନରସିଂହପୁର ଥାନାରେ ବିଜେପି ପକ୍ଷରୁ ଧାରଣା ଦେବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ବିଧାୟକଙ୍କ ହାତବାରିସ ହୋଇ ପୋଲିସ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିବାରୁ ବିଜେପି କର୍ମୀମାନେ ଥାନା ଆଗରେ ଧାରଣା ଦେଇଥିଲେ। ବିନା କୌଣସି କାରଣରେ ରାଜନୈତିକ ଆକ୍ରୋଶ ରଖି ଏପରି ହୋଇଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ସେହିପରି ଏ ସମ୍ପର୍କରେ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛିବି କହିବେ ନାହିଁ ବୋଲି ସିଧାସଳଖ ଭାବେ କହିଛନ୍ତି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି। ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ, ଲିପୟ ବଳିୟାରସିଂ। କିଛି ଦିନ ତଳେ ନରସିଂହପୁର କୋର୍ଟ ପରିସରରେ ବିଜେପି ଓ ବିଜେଡି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ପୁଣି ଉଭୟ ଦଳ ମଧ୍ୟରେ ସମାଧାନ କରାଯାଇଥିଲା। ସମାଧାନ ହେବାପରେ ପୂର୍ବରୁ ଜଣଙ୍କୁ ଏବଂ ଗତକାଲି ବିଳମ୍ବିତ ରାତିରେ ଅନ୍ୟ ତିନି ଜଣଙ୍କୁ ପୋଲିସ ଉଠାଇ ଆଣିଥିବାରୁ ବିଜେପି କର୍ମୀମାନେ ଥାନା ଘେରାଉ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ତରଫରୁ ଲାଠି ଚାଳନା କରାଯାଇଥିଲା। ତେବେ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ହୋଇଥିବା ଏହି ଧସ୍ତାଧସ୍ତିରେ ୩ଜଣ ପୋଲିସ କର୍ମଚାରୀ ଓ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!