Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଉରକେଲାର ମନୋରଞ୍ଜନ ନାଗ ହତ୍ୟା ମାମଲା: ସାଙ୍ଗ ସ୍ତ୍ରୀ ସହ ପରକୀୟା ପ୍ରୀତି ଯୋଗୁଁ ଯାଇଛି ଜୀବନ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ରାଉରକେଲାର ମନୋରଞ୍ଜନ ନାଗ ହତ୍ୟା ମାମଲା: ସାଙ୍ଗ ସ୍ତ୍ରୀ ସହ ପରକୀୟା ପ୍ରୀତି ଯୋଗୁଁ ଯାଇଛି ଜୀବନ
101
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାରେ ବହୁ ଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ । ସାଙ୍ଗ ସ୍ତ୍ରୀ ସହ ପରକୀୟା ପ୍ରୀତି ଯୋଗୁଁ ଗଲା ଜୀବନ। ଏହି ମାସ ଦଶହରା ପୂର୍ବ ରାତିରେ ମନୋରଞ୍ଜନ ର ଗଳା କାଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର୍ ହୋଇ ଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ମନୋରଞ୍ଜନ ହତ୍ୟା ପରକୀୟା ସମ୍ପର୍କ ଯୋଗୁ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଜୟ ଚୌଧୁରୀ ,ସୁରେଶ ଚୌଧୁରୀ ଏବଂ ଭୋଳା ପ୍ରଧାନ ସମସ୍ତେ ସେକ୍ଟର-୬ ମହିମା ଆଶ୍ରମ ବସ୍ତି ଅଞ୍ଚଳର । ପୋଲିସ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଛୁରୀ, ଗାଡି ଆଦି ଜବତ କରିଛି । ଅଭିଯୁକ୍ତ ସୁରେଶ ଚୌଧୁରୀ ହେଉଛି ଜଣେ ମଦ ବେପାରୀ ସେ ବିଭିନ୍ନ ସମୟରେ ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇ ଜେଲ ଯାଏ। ଠିକ ଏହି ସମୟରେ ମୃତ ମନୋରଞ୍ଜନ ନାଗଙ୍କ ସହିତ ସୁରେଶର ପତ୍ନୀ ସହ ଅନୈତିକ ସମ୍ପର୍କ ରଖି ଆସୁଥିଲେ। ଏହି କିଛି ମାସ ତଳେ ଅଭିଯୁକ୍ତ ସୁରେଶ ଜେଲରେ ଥିବା ସମୟରେ ସୁରେଶ ର ସମ୍ପର୍କୀୟ ଖବର ପାଇ ରାତିରେ ମନୋରଞ୍ଜନ ଓ ସୁରେଶର ସ୍ତ୍ରୀ, ଦୁହିଁଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ। ଜେଲରୁ ଆସି ଏନେଇ ଖବର ପାଇବା ପରେ ସୁରେଶ, ମନୋରଞ୍ଜନ ର ହତ୍ୟା ପାଇଁ ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। ଦଶହରା ପୂର୍ବ ରାତିରେ ଦୁହେଁ ସୁରେଶ, ମନୋରଂଜନ ଏବଂ ସୁପାରୀ କିଲର ମିଶି ମଦ ପିଇଥିଲେ ଏବଂ ଏହି ସମୟରେ ଘରକୁ ଫେରିବା ବେଳକୁ ସୁପାରୀ କିଲର ଜଣକ ମନୋରଂଜନ ର ଗଳା କାଟି ଦେଇଥିଲେ । ଛୁରୀ ସାହାଯ୍ୟ ରେ ଆକ୍ରମଣ ମଧ୍ୟ କରିଥିଲେ। ଏହାପରେ ମନୋରଞ୍ଚନର ମୃତଦେହକୁ ବୁଦା ମୂଳରେ ଫିଙ୍ଗି ଚାଲିଯାଇଥିଲେ। ଗତ ଅକ୍ଟୋବର ୧୫ ତାରିଖରେ ମନୋରଞ୍ଜନର କ୍ଷତ ବିକ୍ଷତ ମୃତଦେହ ସେକ୍ଟର-୫ ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରୁ ଉଦ୍ଧାର ହୋଇଥିଲା। ତେବେ ପୋଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ତିନି ଜଣ ଫେରାର ଅଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଭୁଜାଲି ଜବତ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!