ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକରେ ଟ୍ରକ ଦୁର୍ଘଟଣା । ଫଳରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦେବଗଡ ଆର୍ଦଶ ଥାନା ପୋଲିସ ପହଞ୍ଚି ଟ୍ରକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ଭୋର ସମୟରେ ରାଉରକେଲାରୁ ସିମେଣ୍ଟ ବୋଝେଇ ରେଙ୍ଗାଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ କେନ୍ଦୁଝର ଜିଲ୍ଲା ଶୁଆକାଠି ରୁ ଲୁହାପଥର ବୋଝେଇ ଛତିଶଗଡର ରାୟଗଡ ଅଭିମୁଖେ ଯାଉଥିବା ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ ଲୁହାପଥର ବୋଝେଇ ଟ୍ରକ୍ ର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଡ୍ରାଇଭର ଚାପି ହୋଇଯାଇଥିଲେ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରୁଛନ୍ତି ।






