ଜଳେଶ୍ୱର, (ବାଘୁଆବାର୍ତ୍ତା): କରୋନା କାଳରେ ବେଧଡକ ଚାଲିଛି ନିଶା ବେପାର । ଜଳଶ୍ୱେରରୁ ପୁଣି ବିପୁଳ ପରିମାଣର ଧଳଜହର ଜବତ । ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବାବେଳେ ଜଣେ ଫେରାର୍ ହୋଇଯାଇଛି । ଜଳେଶ୍ବର ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢାଉରେ ଜବତ ହୋଇଛି ଧଳାଜହର । ସେପଟେ ପୋଲିସ ଗାଡିର କାଚ ଭାଙ୍ଗି ଅନ୍ୟ ଜଣେ ବେପାରୀକୁ ଛଡାଇ ନେଇଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ହୋଇଛନ୍ତି ।






