ଚୌଦ୍ବାର, (ବାଘୁଆବାର୍ତ୍ତା): ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଟାଙ୍ଗି ବନ୍ଦାଳସ୍ଥିତ ୫୫ନଂ ଜାତୀୟ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ଶ୍ରୀକୁଞ୍ଜ ଯାତ୍ରୀବାହୀ ବସ୍। ଟାଙ୍ଗି ବନ୍ଦାଳସ୍ଥିତ ୫୫ନଂ ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି। ଏହି ବସରେ ପ୍ରାୟ ୬୦ ଯାତ୍ରୀ ଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।






