ଭଦ୍ରକ, (ବାଘୁଆବାର୍ତ୍ତା): ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ତିନି ବର୍ଷର ଶିଶୁ କନ୍ୟାର ଗୁପ୍ତାଙ୍ଗକୁ ବ୍ଲେଡରେ କାଟିଲା ବାପା । ଗୁରୁତର ଅବସ୍ଥାରେ ଝିଅଟିକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବାପାକୁ ପୋଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଧୂଷୁରୀ ଥାନା କାସିମପୁର ପଞ୍ଚାୟତ ମଳିକ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ଚନ୍ଦନ ମଲ୍ଲିକ, ସ୍ତ୍ରୀ ଓ ତିନି ବର୍ଷ ଶିଶୁ କନ୍ୟା ସହ ରହୁଥିଲା । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାର ଧର କରୁଥିଲା ଚନ୍ଦନ । ଗତକାଲି ପୁଣି ସମାନ ଘଟଣା କ୍ରମେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜର ତିନି ବର୍ଷ ଶିଶୁ କନ୍ୟାର ଗୁପ୍ତାଙ୍ଗକୁ ବ୍ଲେଡରେ କାଟି ଦେଇଥିଲେ । କୁନି ଶିଶୁଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ପିଶାଚ ବାପାକୁ ଗ୍ରାମବାସୀମାନେ ଗୋଡ଼ ହାତରେ ଲୁହା କଡ଼ି ପକାଇ ବାନ୍ଧି ପକାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି ।






