ସମାଜକୁ ଦିଗ୍ଦର୍ଶନ ଦିଏ ସାହିତ୍ୟ: ଅରୁଣ
ନୟାଗଡ଼,(ବାଘୁଆବା ର୍ା ବ୍ୟୁରୋ): ନୟାଗଡ଼ ରୋଟାରୀ ଭବନଠାରେ ସମ୍ବାଦ ସାହିତ୍ୟଘରର ଦ୍ୱିତୀୟବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦ୍ଘାଟକ ଭାବେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଡ. ଅଜୟ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ସୁଭଶ୍ରୀ ଲେଙ୍କା, ଅନୁଷ୍ଠାନର ସଭାପତି ଡ. ବିଜୟ ଚୌଧୁରୀ, ସମ୍ପାଦକ ରାମକୃଷ୍ଣ ରଥ, କୋଷାଧ୍ୟକ୍ଷ ଗୋଦାବରିଶ ମିଶ୍ର ଏବଂ ଜିଲ୍ଲା ସଂଯୋଜକ ରିତେନ୍ଦ୍ର ଛାଟୋଇ ଓ ପ୍ରତିଷ୍ଠାତା ସଭ୍ୟ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ପ୍ରାରମ୍ଭରେ ଉଦ୍ଘାଟକ ଡ. ସାହୁ ଜଗନ୍ନାଥଙ୍କ ପ୍ରତିମୂ ିର୍ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖି ନୟାଗଡ଼ ସମ୍ବାଦ ସାହିତ୍ୟଘର ତୃତୀୟ ବର୍ଷରେ ପାଦ ଦେବା ସହ… ନୟାଗଡ଼ ସମ୍ବାଦ ସାହିତ୍ୟ ଘର ରାଜ୍ୟରେ ଶ୍ରେଷ୍ଠ ହୋଇଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସଂଯୋଜକ ତଥା ସମ୍ବାଦ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ସମ୍ବାଦ ସାହିତ୍ୟ ଘରର ବୃଦ୍ଧି ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ରାମକୃଷ୍ଣ ରଥ ତଥା ଅନୁଷ୍ଠାନର ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରି ଏ ଅନୁଷ୍ଠାନ ଆଗକୁ କିପରି ବୃଦ୍ଧି ପାଇବ ଏହା ଉପରେ ମନ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଡ. ଲେଙ୍କା ବାର୍ଷିକ ଉତ୍ସବ ଯେଉଁପରି ଭାବେ ପାଳନ କରାଯାଉଛି ଏହା ନୟାଗଡ଼ ସମ୍ବାଦ ସାହିତ୍ୟଘର ପାଇଁ ଏକ ଗର୍ବର ବିଷୟ । ସମସ୍ତଙ୍କର ସହଯୋଗ ଏଠାରେ ରହିଛି । ଜନ୍ମଦିନ ପରି ଏଠାରେ ଖୁବ୍ ଜୋର୍ରେ ପାଳନ କରାଯାଉଥିବାରୁ ସମସ୍ତ ସଭ୍ୟସଭ୍ୟା ବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ । ବିଶିଷ୍ଟ ଗାଳ୍ପିକ ତଥା ଲେଖକ ଡ. ଅଜୟ ସ୍ୱାଇଁ ଲେଖକ ଗୋପୀନାଥ ମହାନ୍ତି ଓ ନଚିକେତାଙ୍କ ପରି ଲେଖକଙ୍କ ଉଦାହରଣ ଦେଇ ବୋକାହେଲେ ସାହିତ୍ୟ ସୃଷ୍ଟିହେବ ବୋଲି ପ୍ରକାଶ କରିଥିଲେ । ଏହାସହିତ କବିତା ଲେଖିବା ଏକ କଷ୍ଟସାଧ୍ୟ ବେପାର । ଆଗାମୀ ଦିନରେ ବହୁ ସାହିତ୍ୟକ ସୃଷ୍ଟି ହୁଅନ୍ତୁ । ଯେଉଁମାନେ ଭାଷା ବୁଡିଯାଉଛି ଏବଂ ସାହିତ୍ୟ ବୁଡିଯାଉଛି ବୋଲି ଏହା ଠିକ୍ ନୁହେଁ । ଆମର ଏଭଳି ଏକ ରାଜ୍ୟ ଯେଉଁଠି ଭାଗବତ ଜନ୍ମ ଦିବସ ପାଳନ କରାଯାଉଛି ।
ଉକ୍ତ ଉତ୍ସବର ଉଦ୍ଘାଟକ ମନ୍ତ୍ରୀ ଡ. ସାହୁ ସମାଜକୁ ଦିଗ୍ଦର୍ଶନ ଦିଏ ସାହିତ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସୃଷ୍ଟି ପ୍ରତି ଆଗ୍ରହ ବଢିଛି । ସାହିତ୍ୟ ପ୍ରତି ଅନୁଷ୍ଠାନର ମୁଖ୍ୟ ତଥା ବିଥା ସୌମ୍ୟ ବାବୁଙ୍କର ସ୍ନେହ, ଶ୍ରଦ୍ଧା, ଆଗ୍ରହ ଲାଗି ଏଭଳି କାର୍ଯ୍ୟକ୍ରମ ହୋଇପାରୁଛି ବୋଲି ବକ୍ତବ୍ୟ ରଖିଥିଲେ । ସାହିତ୍ୟ ହେଉଛି ରାଜନୀତି, ଅର୍ଥନୀତି ଓ ସମାଜସେବାର ମୂଲ୍ୟବୋଧ । ସାହିତ୍ୟ ହିଁ ଭବିଷ୍ୟତ ଆକଳନ କରେ । କିନ୍ତୁ ସାହିତ୍ୟ ବଢୁଛି ଯେତିକି ଛିଡୁଛି କାହିଁକି ସେତିକି ଉପରେ ତର୍ଜମା କରିଥିଲେ । ସାହିତ୍ୟ ପ୍ରତି ସମସ୍ତଙ୍କର ପୃଷ୍ଟପୋଷକତା ରହିବା ଆବଶ୍ୟକ । ସାହିତ୍ୟ ବେଳେ ବେଳେ ବାଟବଣା ହେଉଛି । ସାହିତ୍ୟ ହେଉଛି ଗତିଶୀଳ । କିନ୍ତୁ ଏହାକୁ କିଛି ବନ୍ଦକରିଦେବା ପାଇଁ ପ୍ରୟାସ କରୁଛନ୍ତି । ସମସ୍ତେ ଏକାଠି ହୋଇ ସାହତ୍ୟକୁ ଆଦରିନେବା । ଆସ ଆମେ ଅନ୍ୟକୁ ରାସ୍ତା ଛାଡିଦେବା । ପ୍ରଜାପତିଟିଏ ହୋଇ ସବୁଆଡେ ଘୁରିବୁଲିବା ତାହାହେଲେ ସାହିତ୍ୟ ବ ିରହିବ । ସମ୍ବାଦ ସାହିତ୍ୟ ଘରର ମୁଖପତ୍ର \”ବିମ୍ବଗଳ୍ପ\’ ଉନ୍ମୋଚିତ ହୋଇଥିବାବେଳେ ଲେଖିକା ଶାନ୍ତିପ୍ରିୟା ମିଶ୍ରଙ୍କର \”ଭକ୍ତି ପିୟୂଷ\’ ଦ୍ୱିତୀୟ ସଂସ୍କରଣକୁ ସମସ୍ତ ଅତିଥିବୃନ୍ଦ ଉନ୍ମୋଚିତ କରିଥିଲେ । ଅନୁଷ୍ଠାନର ସଭାପତି ଡ. ବିଜୟ ଚୌଧୁରୀ ତାଙ୍କ ବକ୍ତବ୍ୟ ଆଳରେ ସମ୍ବାଦ ସାହିତ୍ୟ ଘରର ଅଭିବୃଦ୍ଧିକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ କବି ଗୋଦାବରୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।





