Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃଦ୍ଧାଙ୍କ ହାତ ଓ ଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କୁ ଗୁଳି ମାରି ହତ୍ୟା
48
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବୃଦ୍ଧାଙ୍କ ହାତ ଓ ଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର। ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ କ.ନୂଆଗାଁ ଥାନା ଅନ୍ତର୍ଗତ ଖମାରିଗାଁରେ। ଯେଉଁଠାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ପଡୋଶୀ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣାପାଣି ପୁରବା ଗାଁର ଦୁଃଖୀ ଦଳେଇ। ଦୁଃଖୀ ଦଳେଇଙ୍କର ବୟସ ୭୦ ବର୍ଷ ହେବ। ଗତକାଲି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଖମାରି ଗାଁକୁ କୌଣସି ଏକ କାମ ପାଇଁ ଆସିଥିଲେ। କିନ୍ତୁ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ସାରା ରାତି ତାଙ୍କର ଖୋଜ ଖବର ମିଳିନଥିଲା। ଯାହାକୁ ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଆଜି ତାଙ୍କର ମୃତଦେହ ଗାଁ ଠାରୁ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ଏକ ବିଲରୁ ମିଳିଛି। ବିଲ୍ ଭିତରେ ତାଙ୍କର ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ହାତକୁ ବାନ୍ଧି ଦିଆଯାଇଥିବା ବେଳେ ବେକରେ ଗାମୁଛା ଭିଡି ଟଣା ଯାଇଥିବା ବିଲର ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତଦେହକୁ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ବିଲ ଭିତରୁ ଏମିତି ଅବସ୍ଥାରେ ମୃତଦେହ ପଡ଼ିଥିବାର ଦେଖି ନାନା ପ୍ରଶ୍ନ ଉଠୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!