Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
71
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ଆଜି ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି। ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ ଜଣ ବ୍ୟକ୍ତି ଅପହରଣ କରି ନେଇ ଗାଁ ଦାଣ୍ଡରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମାରିଦେବା ସହ ପୋତି ଦେଇଥିଲେ। ଏହାପରେ ପ୍ରମାଣକୁ ଲୁଚାଇବା ପାଇଁ ପୋତାଯାଇଥିବା ସ୍ଥାନରୁ ମୃତଦେହକୁ ଆଣି ପୋଡି ଦେଇଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ ପରିବାରର ସାନ ଝିଅ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହତ୍ୟା ଘଟଣାରେ ସେତେବେଳେ ପୁଟାସିଂ ପୁଲିସ୍‍ ଜଣେ ନାବାଳକ ସମେତ ୯ ଜଣକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କରି ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାର ବିରୋଧରେ ଅଭିଯୁକ୍ତ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହାର ପୁନଃବିଚାର ପାଇଁ ରାୟଗଡା ଜିଲ୍ଲା ଦୌରାଜର୍ଜ କୋର୍ଟକୁ ନିର୍ଦ୍ଦେଶ ଦେବା ପରେ ଏହି କୋର୍ଟରେ ମାମଲା ଚାଲୁଥିଲା। ତେବେ ଆଜି ଏହି ମାମଲାର ଶୁଣାଣୀ ହୋଇ ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣୀ କରି ୯ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିବା କହିଛନ୍ତି ସରକାରୀ ଓକିଲ। ତେବେ ଏହି ମାମଲରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ। ଅନ୍ୟପକ୍ଷେ ଏଭଳି ଘଟଣା ନିଶ୍ଚିତ ଭାବେ ଭୁଲ ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। କୋର୍ଟଙ୍କ ଏହି ରାୟକୁ ନେଇ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସମ୍ପର୍କୀୟ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!