Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା କଟକଣା ଭିତରେ ପାଳନ କରାଯିବ ଭଦ୍ରକର କାଳୀପୂଜା, କୃତ୍ରିମ ପୋଖରୀରେ କରାଯିବ ମୂର୍ତ୍ତି ବିସର୍ଜନ

by ସଞ୍ଜୟ ସ୍ୱାଇଁ
October 21, 2021
in State
କରୋନା କଟକଣା ଭିତରେ ପାଳନ କରାଯିବ ଭଦ୍ରକର କାଳୀପୂଜା, କୃତ୍ରିମ ପୋଖରୀରେ କରାଯିବ ମୂର୍ତ୍ତି ବିସର୍ଜନ
29
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): କାଳୀପୂଜା ନେଇ ପ୍ରସ୍ତୁତି ବୈଠକ । ଭଦ୍ରକ ଜିଲ୍ଲାପାଳଙ୍କ ମଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ପି ଚରଣ ସିଂହ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୂସୂଦନ ଦାଶ, ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗଦେଇଥିଲା । ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଛି । ତେବେ ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି କାଳୀପୂଜା । କରୋନା କଟକଣା ଭିତରେ ପାଳନ କରାଯିବ ଭଦ୍ରକର କାଳୀପୂଜା । କୌଣସି ପୂଜା ମଣ୍ଡପରେ ଜନ ସମାବେଶ ହେବ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ମେଢ଼ର ତିନିପାଖ ଆବଦ୍ଧ ରହିବ । ବଡ଼ ଧରଣର କି ଯାକଜକମରେ ପୂଜା କରାଯାଇପାରିବ ନାହିଁ କିମ୍ବା ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ । ଯାତ୍ରା ଓ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ. । ନିରାଡ଼ମ୍ବର ଭାବେ ପୂଜା ପାଳନ କରାଯିବ । ସେହିପରି ମ୍ୟୁନିସିପାଲିଟି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ବିସର୍ଜନ ବେଳେ କୌଣସି ବାଦ୍ୟ ବାଜିବ ନାହିଁ କି ଶୋଭାଯାତ୍ରା ହେବ ନାହିଁ । ଆଗାମୀ କାଳୀପୂଜା ଅବସରରେ ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!