Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୯୭୧ ଯୁଦ୍ଧର ୫୦ ବର୍ଷ ବିତିଯାଇଛି, ୨୦ରୁ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ରହିବ ସ୍ୱର୍ଣ୍ଣିମ ବିଜୟ ମଶାଲ

by ସଞ୍ଜୟ ସ୍ୱାଇଁ
October 21, 2021
in State
୧୯୭୧ ଯୁଦ୍ଧର ୫୦ ବର୍ଷ ବିତିଯାଇଛି, ୨୦ରୁ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ରହିବ ସ୍ୱର୍ଣ୍ଣିମ ବିଜୟ ମଶାଲ
57
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୧୯୭୧ ଯୁଦ୍ଧର ୫୦ ବର୍ଷ ବିତିଯାଇଛି। ଏହି ଅବସରରେ ଓଡ଼ିଶାରେ ପହଞ୍ଚିବ ସ୍ୱର୍ଣ୍ଣିମ ବିଜୟ ମଶାଲ। ଅକ୍ଟୋବର ୨୦ରୁ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ସ୍ୱଣ୍ଣିମ ବିଜୟ ମଶାଲ ରହିବ। ଏହି ଅବସରରେ ବ୍ରହ୍ମପୁର ଆର୍ମି ଏଡିଡିଡି କଲେଜ୍ ୱାର୍ ମେମୋରିଆଲ୍ ଗୋପାଳପୁର ମିଲିଟାରୀ ଷ୍ଟେସନରେ ଗତକାଲି ରାତିରେ ମସାଲ୍ ପହଞ୍ଚିଥିଲା। ଆଜି ମସାଲ୍ ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହା ଡିସେମ୍ବର ମାସରେ ଭାରତୀୟ ସଶସ୍ତ୍ର ସେନାବାହିନୀ ପାକିସ୍ତାନକୁ ହରାଇ ବାଲାଂଦେଶର ୭୫ ଲକ୍ଷ ଜନସାଧାରଣଙ୍କୁ ସ୍ୱାଧୀନତା ପ୍ରଦାନ କରିଥିଲେ। ପାକିସ୍ତାନୀ ସେନା ଆତ୍ମସମର୍ପଣ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ବଡ଼ ସେନା ଆତ୍ମସମର୍ପଣ ଥିଲା। ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍ ଅମିର୍ ଅବ୍ଦୁଲ୍ଲା ଖାନ୍ ନିୟାଜୀ ତାଙ୍କର ୯୩ ହଜାର ସୈନିକଙ୍କ ଆତ୍ମସମର୍ପଣ କରିଥିଲେ। ୧୯୭୧ ମସିହା ଯୁଦ୍ଧ ବିଜୟୀର ୫୦ ବର୍ଷ ଅବସରରେ ଗୋପାଳପୁର ଆର୍ମି ଏ ଡି ଡି ମିଲିଟାରୀ ଷ୍ଟେସନ୍ ପରିସରରେ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ୨୧ ଜଣ ବୀର ଜବାନଙ୍କୁ ସେନା ପକ୍ଷରୁ ସମ୍ମାନିତ କରାଯାଇଥିଲା । ୧୯ ଜଣ ପୂର୍ବତନ ସେନା ଏବଂ ଦୁଇଜଣ ପୂର୍ବତନ ସେନା ପରିବାରବର୍ଗଙ୍କ ସ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସେହି ଦିନର ଅନୁଭୂତିକୁ ମନେ ପକାଇ ଗର୍ବ ଅନୁଭବ କରୁଛନ୍ତି ଏହି ପୂର୍ବତନ ସେନା ଜବାନ୍ ମାନେ। ସେପଟେ ଯୁଦ୍ଧ ସମୟରେ ଦେଶ ପାଇଁ ବଳିଦାନ କରିଥିବା ସ୍ବାମୀଙ୍କ ମୃତ୍ୟୁରେ ଯେତିକି ମ୍ରିୟମାଣ ତା ଠାରୁ ଅଧିକ ଗର୍ବ ଅନୁଭବ କରିଛନ୍ତି ସ୍ବର୍ଗତଃ କାଶୀନାଥ ସାହୁଙ୍କ ସହଧର୍ମିଣୀ ପ୍ରଶାନ୍ତି କୁମାରୀ ସାହୁ। ଦେଶ ସେବା, ଅନୁଭୂତି, ବୀରତ୍ବ ପ୍ରଦର୍ଶନ ମଧ୍ୟରେ ସମ୍ମାନିତକୁ ନେଇ ଏମାନେ ବେଶ୍ ଖୁସି ଅନୁଭବ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!