Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି ପୁଲିସ୍‌ ବିରୋଧରେ ଆଣିଲେ ହତ୍ୟା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି ପୁଲିସ୍‌ ବିରୋଧରେ ଆଣିଲେ ହତ୍ୟା ଅଭିଯୋଗ
182
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ପୁଲିସ୍‌ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି। ଏହି ଅଭିଯୋଗ ଆଣି ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଏତଲା ଦେଇଛନ୍ତି। କଟକ ଡିସିପି, ପୁଲିସ ଅଧିକାରୀ ତାପସ ପ୍ରଧାନ, ଗଙ୍ଗାଧର ଶାସେନି, ବିରଞ୍ଚି ନାରାୟଣ ପତି ଏପରି ୧୭ ଜଣଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଛନ୍ତି। ହସିନା ବିବି କହିଛନ୍ତି, ତାଙ୍କ ସ୍ୱାମୀ ହାଇଦରଙ୍କୁ ଗୁଳି କରି ହତ୍ୟା କରିଛି ପୁଲିସ। ଗତ ଜୁଲାଇ ୨୪ ତାରିଖରେ ପୁଲିସ ଏନ୍‌କାଉଣ୍ଟର କରିଥିଲା ପୁଲିସ୍‌। ପରେ ବାଲେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିଲା। ଖସି ପଳାଇବାକୁ ହାଇଦର ଉଦ୍ୟମ କରିବାରୁ ତାକୁ ଏନ୍‌କାଉଣ୍ଟର କରିଥିବା ପୁଲିସ କହିଥିଲା। କିନ୍ତୁ ହାଇଦରଙ୍କ ପତ୍ନୀ ଏବେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛି। ଅଭିଯୋଗରୁ ପ୍ରକାଶ, ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଉଥିଲା। ତାଙ୍କୁ କଡ଼ ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଥିଲା। ତେବେ ଗଲା ବେଳେ ପରିସ୍ରା ଲାଗୁଛି ବୋଲି ହାଇଦର କରିଥିଲା। ଏହା ପରେ ଜାତୀୟ ରାଜପଥର ସିମୁଳିଆ ଥାନା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ପୁଲିସ ଗାଡ଼ି ଅଟକାଇଥିଲା। ପରିସ୍ରା କରିବା ପରିବର୍ତ୍ତେ ହାଇଦର ପୁଲିସଠାରୁ ବନ୍ଧୁକ ଛଡ଼ାରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ପୁଲିସ ତା’ ଉପରକୁ ଗୁଳି ଚଳାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ପରେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!