କଟକ, (ବାଘୁଆବାର୍ତ୍ତା): ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ୧୨ ରାଉଣ୍ଡ ଗୁଳି ସହ ବାଇକ ଓ ମୋବାଇଲ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଜଣଙ୍କ ଘର କଟକ ହୋଇଥିବା ବେଳେ ଅନ୍ୟ ତିନିଜଣ ଜଗସିଂହପୁରର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ପୁଲିସ ଚଢାଉ କରିଥିଲା। ସେମାନଙ୍କ ଠାରୁ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଏମାନଙ୍କ ପାଖକୁ କେଉଁ ଠାରୁ ଓ କିଭଳି ବନ୍ଧୁକ ଆସୁଥିଲା ସେ ନେଇ ପୋଲିସ ତଦନ୍ତ କରୁଥିବା ପୋଲିସ କମିଶନର କହିଛନ୍ତି।






