Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜ ଘରେ କାଙ୍ଗାରୁ କୋର୍ଟ, ନିଜେ ନ୍ୟାୟଧୀଶ ହୋଇ ନିଜେ ସ୍ଥିର କଲେ ଦଣ୍ଡ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ନିଜ ଘରେ କାଙ୍ଗାରୁ କୋର୍ଟ, ନିଜେ ନ୍ୟାୟଧୀଶ ହୋଇ ନିଜେ ସ୍ଥିର କଲେ ଦଣ୍ଡ
192
VIEWS
Share on FacebookShare on Twitter

ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ନିଜ ଘରେ କାଙ୍ଗାରୁ କୋର୍ଟ । ନିଜେ ନ୍ୟାୟଧୀଶ, ନିଜେ ଅଦାଲତ ଆଉ ନିଜେ ସ୍ଥିର କଲେ ଦଣ୍ଡ । ଆଉ ଏଭଳି ଘଟଣା ପୁଣି ଜଣେ ନାବାଳକ ପୁଅ ଓ ତାର ନିଜ ବାପାଙ୍କ ଉପରେ । ଦୁଇଟି ପଞ୍ଚାୟତର ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ଙ୍କ ଉପସ୍ଥିତିରେ ବସିଲା କଙ୍ଗାରୁ କୋର୍ଟ । ପୁଅକୁ ମାଡ଼ ମାରିବା ସହିତ ବିଦ୍ୟୁତ ଚେଙ୍କ ଦିଆଯାଇଥିବାର ଅଭିଯୋଗ ଆସିଛି । ଅନ୍ୟପଟେ ପୁଅ ହାତରେ ତାର ନିଜ ବାପାକୁ ମାଡ ମାରିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସିଛି ଏପରି ଏକ ଘଟଣା । ଖବର ଅନୁଯାୟୀ, ବିଜୟ ନଗର ଗାଁର ଗଙ୍ଗାଧର ନାଥଙ୍କ ୧୭ ବର୍ଷର ପୁଅ ପଟ୍ଟାମୁଣ୍ଡାଇ ବ୍ଲକ ସାହୁପଡାରେ ଥିବା ମହାଦେବ ଫିଲିଂ ଷ୍ଟେସନରେ କାମ କରୁଥିଲେ । ଗତ ୮ ତାରିଖରେ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ହୋଇଥିଲା । ଏହି ଟଙ୍କା ଗଙ୍ଗାଧରଙ୍କ ପୁଅ ଚୋରି କରିଛି ବୋଲି ସନ୍ଦେହ କରି ବାପ-ପୁଅଙ୍କୁ ଗତ ୧୧ ତାରିଖରେ ପେଟ୍ରୋଲ ପମ୍ପର ମାଲିକ ଅଶୋକ ପତିଙ୍କ ଘରକୁ ଅଣଯାଇଥିଲା । ବସିଥିଲା କଙ୍ଗାରୁ କୋର୍ଟ । ଏହି କୋର୍ଟରେ ଉଭୟଙ୍କୁ ମାଡ଼ ମାରିବା ସହ କରେଣ୍ଟ ଦିଆଯାଇଥିଲା । ଚୋରି କରିବାକୁ ମଧ୍ୟ କଙ୍ଗାରୁ କୋର୍ଟରେ ବାଧ୍ୟ କରାଯାଇଥିଲା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ମାଡ଼ ମାରିବା ସମୟରେ ସାନ ମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା , ବିଜୟ ନଗର ସରପଞ୍ଚ ସୋମନାଥ ତ୍ରିପାଠୀ , ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ , ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତ ଏବଂ ପେଟ୍ରୋଲ ପମ୍ପର ମାଲିକଙ୍କ ଉପସ୍ଥିତିରେ ଏଭଳି ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଗତ ୧୩ ତାରିଖ ଦିନ ପେଟ୍ରୋଲ ପମ୍ପର ପଛ ପଟୁ ଟଙ୍କା ବ୍ୟାଗ ମିଳିବା ପରେ ଘଟଣା ଆହୁରି ଉଦ୍ବେଗଜନକ ହୋଇଥିଲା । ଭୁଲରେ ସନ୍ଦେହ କରି ମାଡ଼ ମାରିଥିବା ନାବାଳକ ପୁଅ ଓ ତାର ବାପାକୁ ଡାକି ଘଟଣା ସଂପର୍କରେ କାହାକୁ କିଛି ନକହିବା ପାଇଁ ବାଧ୍ୟ କରିଛନ୍ତି ମାଲିକ । ଅନ୍ୟପଟେ ମାଡ଼ ମାରିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଘଟଣାକୁ ଗୁରୁତର ସହିତ ନେଇଛି ପଟ୍ଟାମୁଣ୍ଡାଇ ପୋଲିସ । ଆଉ ନିଜ ଆଡୁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ରଖିଛି । ଏଯାବତ କୌଣସି ଏତଲା ଦିଆଯାଇ ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!