Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

“ହଁ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ମୁଁ ମର୍ଡର କରିଛି, ସ୍ୱୀକାର କଲେ ଗୋବିନ୍ଦ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
“ହଁ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ମୁଁ ମର୍ଡର କରିଛି, ସ୍ୱୀକାର କଲେ ଗୋବିନ୍ଦ
639
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): “ହଁ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ମୁଁ ମର୍ଡର କରିଛି। ମୁଁ ହିଁ ମମିତାଙ୍କର ହତ୍ୟାକାରୀ । ” ପୁଲିସ୍‌ ହେପାଜତରୁ ଖସି ଗତକାଲି ଧରା ପଡ଼ିଥିବା ଗୋବିନ୍ଦ ସାହୁ ଶେଷରେ ମାନିଯାଇଛି ସତ। ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହିଥିବା ଗୋବିନ୍ଦ ପାଟି ଫିଟାଉ ନ ଥିବା ବେଳେ ହଠାତ୍‌ ସବୁ ସତ ଉଗାରି ଦେଇଛି। ଫଳରେ ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏକ ପ୍ରକାର ଯବନିକା ପଡ଼ିଛି। ମମିତା ମିସିଂ ମିଷ୍ଟ୍ରି ଏବେ ମମିତା ମର୍ଡର ମିଷ୍ଟ୍ରିରେ ପରିଣତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜେରା ବେଳେ ପୁଲିସ୍‌ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି ଗୋବିନ୍ଦ ସାହୁ। ଯେଉଁ ୱାଗନର କାର୍‌ରେ ସେ ମମିତାଙ୍କୁ ନେଇ ଯାଇଥିଲେ, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲେ। ୮ ତାରିଖରେ ମମିତାଙ୍କୁ ଏହି କାର୍‌ରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିବା କହିଛି। କାର୍‌ର ପଛ ସିଟ୍‌ ଚିରି ଯାଇଥିବା ଦେଖିବାକୁ ମିଳିଛ। ତେଣୁ ବଞ୍ଚିବା ପାଇଁ ମମିତା ସଂଘର୍ଷ କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା । ୧୪ ତାରିଖରେ ଉକ୍ତ କାର୍‌କୁ ଜବତ କରିଥିଲା ପୁଲିସ। ଜବତ କାର୍‌ରୁ ମିଳିଥିଲା ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ । ଗତକାଲି ମୃତଦେହ ପୋତା ଯାଇଥିବା ସ୍ଥାନରୁ ଆଉ ଏକ ପାଉଁଜି ମିଳିଥିଲା। ମମିତାକୁ ହତ୍ୟା କରିବା ନିମନ୍ତେ ପୂରା ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋବିନ୍ଦ। ଏଥିପାଇଁ ୬ ତାରିଖରୁ ଖୋଳାଯାଇଥିଲା ଗାତ। ସୂଚନାଯୋଗ୍ୟ, ୪ ଦିନ ଅଟକ ରହିବା ପରେ ପୁଲିସ୍ ବାରାକ୍‌ରୁ ଖସି ପଳାଇଥିବା ଗୋବିନ୍ଦ ସାହୁକୁ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରୁ ଗିରଫ କରିଥିଲା ପୁଲିସ୍। ତାକୁ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଅଣାଯାଇଥିଲା।ବଲାଙ୍ଗୀର ଏସ୍‌ପି, ଡିଆଇଜି ଓ ବଛା ବଛା ଅଧିକାରୀ ଘନ ଘନ ପଚରାଉଚରା କରିବା ପରେ ଗୋବିନ୍ଦ ସତ ଉଗାରିଥିବା କୁହାଯାଉଛି। ଗୋବିନ୍ଦ ସମେତ ତା ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନସିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ଗୋବିନ୍ଦଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଏହାପରେ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି। ତେବେ ମମିତା ମେହେରଙ୍କୁ କାହିଁକି ମାରିଲା ଗୋବିନ୍ଦ ସାହୁ, ତାହା ସ୍ପଷ୍ଟ ହୋଇନାହିଁ। ଗୋବିନ୍ଦଙ୍କ ସ୍କୁଲ୍‌ରେ ସେକ୍ସ ରାକେଟ୍ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା। ସେକ୍ସ ରାକେଟ୍‌କୁ ମମିତା ବିରୋଧ କରିବା ସହିତ ଗୋବିନ୍ଦଙ୍କୁ କୁଆଡ଼େ ବର୍ବାଦ୍ କରିଦେବେ ବୋଲି ଧମକ ଦେଇଥିଲେ। ସେଥିପାଇଁ ତାଙ୍କୁ ମାରି ଦେଇନି ତ ଗୋବିନ୍ଦ? ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନି। ତେବେ ଜଣାପଡ଼ିଛି, ଏ ଘଟଣା ନେଇ ବଲାଙ୍ଗିର ଏକ ସାମ୍ବାଦିକ ସମ୍ମିଳନୀ କରିବ। ଏଥିରେ ସବୁ ତଥ୍ୟ ରଖାଯିବ ବୋଲି କୁହାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!