Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ସ୍ତ୍ରୀ
149
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ପତ୍ନୀ। ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଗୁରୁତରଜଣକ ହେଲେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁ । ଦାଦାବଟିକୁ ନେଇ ଗତରାତିରେ ଏପରି ସାଂଘାତିକ ଘଟଣା ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦାଦାବଟିକୁ ନେଇ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କର କିଛି ଦୁର୍ବୃତ୍ତଙ୍କ ସହ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ଦୁର୍ବୃତ୍ତମାନେ ଧମକଚମକ ଦେଇ ଦାଦାବଟି ମାଗୁଥିବା ବେଳେ ଜିତେନ୍ଦ୍ର ସେମାନଙ୍କ କଥାକୁ ଖାତିର କରୁ ନ ଥିଲେ। ଗତକାଲି ରାତି ପ୍ରାୟ ୧୨ଟାରେ ୨ ଦୁର୍ବୁତ୍ତ ଜିତେନ୍ଦ୍ରଙ୍କ ଘର କବାଟ ବାଡେଇ ଦାଦାବଟି ମାଗିଥିଲେ। ତେବେ ଜିତେନ୍ଦ୍ର କବାଟ ନ ଖୋଲିବାରୁ ଦୁର୍ବୃତ୍ତ ଗ୍ରିଲ ପଟେ ଜିତେନ୍ଦ୍ରଙ୍କୁ ଲକ୍ଷ କରି ଗୁଳି ଚଲେଇଥିଲେ। ମାତ୍ର ଶକୁନ୍ତଳା ସ୍ୱାମୀଙ୍କୁ ବଞ୍ଚାଇବାକୁ ତାଙ୍କୁ ଠେଲି ଦେଇଥିଲେ। ଫଳରେ ଗୁଳିଟି ତାଙ୍କ ଅଣ୍ଟାରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆଗରୁ ସେହି ଦୁର୍ବୃତ୍ତମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁରୀ ପୁଲିସ୍‌ ଉଭୟଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ୨ଟି ଟିମ୍‌ ଗଠିତ ହୋଇଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଅଭିଯୁକ୍ତଙ୍କ ପତ୍ତା ମିଳିନି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!