Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ
69
VIEWS
Share on FacebookShare on Twitter

ବଡବିଲ, (ବାଘୁଆବାର୍ତ୍ତା): ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସ୍କୋର୍ପିଓ ଗାଡ଼ି, ମାରଣାସ୍ତ୍ର, ଟଙ୍କା ଓ ୯ ଟି ମୋବାଇଲ ଜବତ କରିଛି ପୋଲିସ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବଡ଼ବିଲ ଏସଡ଼ିପିଓ ହିମାଂଶୁ ଶେଖର ବେହେରା। ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା, ରିଆମାଳ, ଗୋଳାବନ୍ଧ ଅଂଚଳର ଟ୍ରକ୍ ଡ୍ରାଇଭର, ଜୟନନ୍ଦ ମାଝୀ ୫ତାରିଖ ବିଳମ୍ବିତ ରାତିରେ ଟ୍ରକରେ ( ନଂ. ଓଆର୦୪ଏଲ୩୭୧୯) କୋଇଡା ଅଞ୍ଚଳରୁ ଖଣିଜ ବୋଝେଇ କରି ଜିନ୍ଦଲ ଅଭିମୁଖେ ବାହାରିଥିଲା। ତେବେ କୌଣସି କାରଣରୁ ଟ୍ରକଟି ଭଦ୍ରାସାହି ନିକଟରେ ଅଟକି ରହିଥିଲା। ବିଳମ୍ବିତ ରାତିରେ ଏହି ହାଇୱେ ଲୁଟେରାମାନେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ କରିବା ବେଳେ ଏହାର ବିରୋଧ କରିଥିଲେ ଟ୍ରକ ଡ୍ରାଇଭର ଜୟନନ୍ଦ। ଜୟନନ୍ଦଙ୍କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ଘଟଣାସ୍ଥଳରେ ଡ୍ରାଇଭର ଜୟନନ୍ଦଙ୍କର ମୃତ୍ୟୁ ଘଟିଥିଲା। ଗିରଫ ଅଭିଯୁକ୍ତମାନେ ଏହି ଘଟଣା ଭିଆଇଥିବା ସ୍ବୀକାର କରିଛନ୍ତି । ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ପରେ କେଶର ମୋଡ଼ ପରିବର୍ତ୍ତନ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲା ପୋଲିସ। ଗତ ସୋମବାର ରାତିରେ ଏହି ଦୁର୍ବୃତ୍ତମାନେ ଏକ ସ୍କୋର୍ପିଓ ଗାଡ଼ିରେ ଅନ୍ୟ ଟ୍ରକରୁ ଲୁଟିବାକୁ ଉଦ୍ୟମ କରୁ ଥିବାବେଳେ ପୋଲିସ ଟିମ ଦୁର୍ବୃତ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!