Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ତହସିଲ କାର୍ୟ୍ୟାଳୟର ମହିଳା କିରାଣି ଗିରଫ

by ସଞ୍ଜୟ ସ୍ୱାଇଁ
October 19, 2021
in Crime, State
କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ତହସିଲ କାର୍ୟ୍ୟାଳୟର ମହିଳା କିରାଣି ଗିରଫ
258
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଡାବୁଗାଁ ତହସିଲ କାର୍ୟ୍ୟାଳୟର ମହିଳା କିରାଣିଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ଏବଂ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ମହିଳା କିରାଣି ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ। ପ୍ରାପ୍ତ ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ୟ୍ୟାଳୟରେ ନାଜିର୍ ଭାବେ କାର୍ୟ୍ୟରତ ଚନ୍ଦନା ମଣ୍ଡଳ କାର୍ୟ୍ୟାଳୟର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଡାବୁଗାଁ ତହସିଲଦାର ଗତ ମେ ମାସ ୨୮ ତାରିଖରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପରେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ କରା ଯାଇଥିବା ତଦନ୍ତରେ ୧ କୋଟି ୪୫ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଏହି ଘଟଣା ପଦାକୁ ଆସିବା ପର ଠାରୁ ଉକ୍ତ ମହିଳା କିରାଣି ଜଣକ ଫେରାର୍ ଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଗତକାଲି ନବରଙ୍ଗପୁର ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର ବେହୁରିଆ ଏବଂ ନବରଙ୍ଗପୁର ଥାନା ଅଧିକାରୀ ତାରିକ୍ ଅହମ୍ମଦଙ୍କୁ ନେଇ ଗଠିତ ଏକ ଟିମ୍ ଡାବୁଗାଁ ସ୍ଥିତ ତାଙ୍କ ବାସଭବନ ଓ ଡାବୁଗାଁରେ ଥିବା ତାଙ୍କ ସ୍ୱାମୀଙ୍କ ଦୋକାନ ଉପରେ ଚଢଉ କରିବା ସହ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ତାଙ୍କ ଆକାଉଣ୍ଟରୁ ମୋଟ ୨୭ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲେ। ଆଜି ଚନ୍ଦନା ମଣ୍ଡଳଙ୍କୁ ଉକ୍ତ ସ୍ୱତନ୍ତ୍ର ଟିମ୍ ଛତିଶଗଡ଼ ରାଜ୍ୟର ସୁକୁମା ଅଞ୍ଚଳରୁ ଗିରଫ କରି ଉମରକୋଟ ଥାନାକୁ ଆଣିଥିବା ବେଳେ ଅଧିକ ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏହାଛଡ଼ା ଦରକାର ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!