ନୟାଗଡ଼,(ବାଘୁଆବାର୍ତ୍ତା): ସ୍କୁଲ ଅଧ୍ୟକ୍ଷା ମମିତା ବେହେରା ନିଖୋଜ ଓ ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ କଳାହାଣ୍ଡି ଜିଲ୍ଲା ବଙ୍ଗମୁଣ୍ଡା ବୁଢ଼ିପଦର ଗାଁ ଆଖୁ ବାଡ଼ିରୁ ଗିରଫ କରିଛି । ପୁଲିସ ତାକୁ ଧରିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଗୋବିନ୍ଦ ଫେରାର ହୋଇ ଲୁଚିଥିବା ସୂଚନା ପାଇଁ ପୁଲିସ ଚଢ଼ାଉ କରି ଗିରଫ କରିଛି । ମମିତାଙ୍କୁ ହତ୍ୟା ପରେ ପୋଡ଼ି ମାଟି ତଳେ ପୋତି ଦିଆଯାଇଥିଲା । ମାଟି ତଳୁ ଆଜି ମମିତାଙ୍କ ଶରୀର ପୋଡ଼ା ଅଂଶ ମିଳିଥିଲା । ମମିତାଙ୍କ ଅଳଙ୍କାରରୁ ପରିବାର ଶବକୁ ଚିହ୍ନଟ କରିଛନ୍ତି ।






