ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଧର୍ମଶାଳା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୫କେଜି ୫୪୫ ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଏହାସହିତ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ତରଞ୍ଜିଆ ଗାଁର ଧ୍ୟାନ ରଞ୍ଜନ ପରିଡ଼ା ଓ ବାଲିଚନ୍ଦ୍ରପୁର ଥାନା ରାଧାଦେଇପୁର ଗାଁର ଅଶୋକ କୁମାର ମଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗିରଫ ୨ ଜଣ ଗଞ୍ଜେଇ ଚୋରା ଚାଲାଣ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ତରଞ୍ଜିଆ ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସକୁ ପ୍ୟାକେଟ ଭର୍ତ୍ତି ଗଞ୍ଜେଇ ମିଳିଥିଲା । ପ୍ରାୟ ୫କେଜି ୫୪୫ ଗ୍ରାମର ଗଞ୍ଜେଇ ଜବତ ହୋଇଛି ପୋଲିସ । ଏହାସହିତ ୨ଜଣଙ୍କ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।






