ଲମତାପୁଟ, (ବାଘୁଆବାର୍ତ୍ତା): ଜଳଭଣ୍ଡାରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । କୋରାପୁଟ କୋଲାବ ଜଳଭଣ୍ଡାରରୁ ଠାବ ହୋଇଛି ମୃତଦେହ । ମୃତକ ଉରାବିର ଗାଁର କର୍ଣ୍ଣ ଜାନି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ସୋମବାର ଦିନ କୋରାପୁଟ କୋଲାବ ଜଳଭଣ୍ଡାରରେ କର୍ଣ୍ଣ ଜାନି ବୁଡି ଯାଇ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ବି କର୍ଣ୍ଣ ଜାନିଙ୍କ କୌଣସି ପତ୍ତାମିଳିନଥିଲା । ଶେଷରେ ଅଗ୍ନିଶମ ବାହିନୀ ମଙ୍ଗଳବାର ଦିନ କୋଲାବ ଜଳଭଣ୍ଡାରରୁ କର୍ଣ୍ଣ ଜାନିଙ୍କ ମୃତଦେହ ଠାବ କରିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।






