ରାଉରକେଲା, (ବାଘୁଆବାର୍ତ୍ତା): ୭ବର୍ଷର ଛୁଆ ଉପରେ ମାଡ଼ିଗଲା କାର୍ । ଗୁରୁତର ଅବସ୍ଥାରେ କାର୍ ଚାଳକ ଛୁଆକୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲରେ ଛୁଆର ମୃତ୍ୟୁ ହୋଇଯାଇଛି । ତେବେ ସ୍ଥାନୀୟଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୭.୩୦ ମିନିଟ ସମୟରେ ନୂଆ ବସ୍ଷ୍ଟାଣ୍ଡ ନିକଟରେ କ୍ରୀଷ୍ନା କୁମାର ନାମକ ଜଣେ ୭ବର୍ଷୀୟ ଶିଶୁ ଚପଲ କିଣିବାକୁ ଯାଇଥିଲେ । ଠିକ୍ ଏହି ସୟମରେ ଏକ କାର୍ ଆସି ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ସେଠାରେ ଶିଶୁଟିକୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ପରିବାର ସହ ସ୍ଥାନୀୟ ଲୋକେ କ୍ଷତି ପୁରଣ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି । ନୂଆ ବାସ ଷ୍ଟାଣ୍ଡ ସମ୍ମୁଖରେ ଗାନ୍ଧୀ ରୋଡ଼ରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଯାହାଫଳରେ ଯାତ୍ରୀବାହି ବସ୍ ଷ୍ଟାଣ୍ଡ ରୁ ବାହାରି ପାରୁ ନାହିଁ । ଯାତାୟତ ସେବା ଠପ୍ ରହିଛି । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଚାଳକ ଥାନାରେ ଆତ୍ମ ସମର୍ପଣ କରିଛି ।






