Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଇଲା ସମୃଦ୍ଧ ଓଡ଼ିଶାରେ କୋଇଲା ସଙ୍କଟ

by ସଞ୍ଜୟ ସ୍ୱାଇଁ
October 19, 2021
in State
କୋଇଲା ସମୃଦ୍ଧ ଓଡ଼ିଶାରେ କୋଇଲା ସଙ୍କଟ
56
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): କୋଇଲା ଉତ୍ପାଦନରେ ରାଜ୍ୟ ବଳକା, କିନ୍ତୁ ଶିଳ୍ପାନୁଷ୍ଠାନ ପାଇଁ ମିଳୁନି କୋଇଲା । ରାଜ୍ୟରେ ବର୍ଷକୁ ୮୫ ମିଲିୟନ ଟନ କୋଇଲା ଆବଶ୍ୟକ ହେଉଥିବା ବେଳେ ଏମସିଏଲ ବର୍ଷକୁ ୧୪୪ ମିଲିୟନ ଟନ କୋଇଲା ଉତ୍ପାଦନ କରୁଛି । କେନ୍ଦ୍ର ସରକାରଙ୍କ ନୂଆ ନିୟମ ପାଇଁ ରାଜ୍ୟର ଶିଳ୍ପ ସଂସ୍ଥାମାନେ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଯଦି ଶିଳ୍ପାନୁଷ୍ଠାନଗୁଡ଼ିକୁ ଆବଶ୍ୟକୀୟ ମୁତାବକ କୋଇଲା ନ ଯୋଗାଇ ଦିଆଯାଏ ତାହେଲେ ବନ୍ଦ ହେବ ଶିଳ୍ପାନୁଷ୍ଠାନ। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ରାଜସ୍ଵ ଉପରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। କୋଇଲା ସମୃଦ୍ଧ ଓଡ଼ିଶାରେ ବି ଦେଖାଦେଲାଣି କୋଇଲା ସଙ୍କଟ। କୋଇଲା ସଙ୍କଟର ପ୍ରଭାବ ଶିଳ୍ପାନୁଷ୍ଠାନ ଉପରେ ପଡ଼ିଲାଣି । ରାଜ୍ୟରେ ବର୍ଷକୁ ୮୫ ମିଲିୟନ ଟନ କୋଇଲା ଆବଶ୍ୟକ ଥିବା ବେଳେ ଏମିସିଏଲ ଉତ୍ପାଦନ କରୁଛି ୧୪୪ ମିଲିୟନ ଟନ କୋଇଲା । କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଶକ୍ତି ପ୍ରକଳ୍ପଗୁଡ଼ିକୁ କୋଇଲା ଖଣିରୁ ଆଗେ କୋଇଲା ଯୋଗାଯିବ। ଅନ୍ୟ ପ୍ରକଳ୍ପକୁ ପଛରେ ଦେଖାଯିବ। ସେଥିପାଇଁ ଏବେ ରାଜ୍ୟରେ କୋଇଲ ଉତ୍ପାଦନ ବଢ଼ିଥିଲେ ବି ରାଜ୍ୟ ଭିତରେ ଥିବା ଶିଳ୍ପ ସଂସ୍ଥା କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସ୍ପଞ୍ଜ ଆଇରନ ୟୁନିଟଗୁଡ଼ିକ ୬୦ ପ୍ରତିଶତ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ମାସ ସୁଦ୍ଧା କୋଇଲା ନମିଳିଲେ ସେମାନେ ବନ୍ଦ ହୋଇଯାଇପାରନ୍ତି । ସେହିପରି ଆଲମ୍ୟୁନିୟମ ୧୪ ଦିନ ବଦଳରେ ଏବେ ୩ ଦିନ ପାଇଁ କୋଇଲା ଷ୍ଟକ ଅଛି। ସେହିଭଳି ଷ୍ଟିଲ ପ୍ରକଳ୍ପ ଗୁଡିକ ଏବେ ୭ ଦିନ ପାଇଁ କୋଇଲା ଷ୍ଟକ ଅଛି। ରାଜ୍ୟର ଉତ୍ପାଦିତ କୋଇଲାକୁ ବାହାର ରାଜ୍ୟର ପାୱାର କମ୍ପାନିକୁ ଦିଆଯାଉଛି। ତେଣୁ ରାଜ୍ୟରେ ଯେତିକି କୋଇଲା ଉତ୍ପାଦନ ହେଉଛି ବାହାର ରାଜ୍ୟକୁ ନ ଦେଇ ରାଜ୍ୟ ଭିତରେ ଥିବା ଶିଳ୍ପାନୁଷ୍ଠାନ ମାନଙ୍କୁ ଦେବାକୁ ଦାବି କରିଛି ଝାରସୁଗୁଡା ଚାମ୍ବର ଅଫ କର୍ମସ। ଏନେଇ ଉତ୍କଳ ଜାମ୍ବର ଅଫ କର୍ମସ ପକ୍ଷରୁ ଶିଳ୍ପନୂଷ୍ଠାନ ମାନଙ୍କ କୋଇଲା ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଛି । ଏପଟେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ଗତ ବର୍ଷ ଅପେକ୍ଷା କୋଇଲା ଉତ୍ପାଦନ ବଢ଼ିଛି। କିନ୍ତୁ ଶିଳ୍ପନୁଷ୍ଠାନମାନଙ୍କୁ କୋଇଲା ଯୋଗାଇବା ସମ୍ପୂଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ବ୍ୟାପାରା। ଶିଲ୍ପନୁଷ୍ଠାନ ମାନଙ୍କରେ ଯେଉଁ କୋଇଲା ଅଭାବ ଦେଖା ଦେଇଛି ଏନେଇ କେନ୍ଦ୍ର କୋଇଲା ମନ୍ତ୍ରୀକୁ ଅବଗତ କରାଯିବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ବିଶେଷ କରି ଷ୍ଟିଲ, ଆଲମ୍ୟୁନିୟମ ଭଳି ଧାତବ ସମ୍ବନ୍ଧିୟ ଶିଳ୍ପସଂସ୍ଥାମାନେ କୋଇଲା ଆବଶ୍ୟକ କରିଥାନ୍ତି। କୋଇଲା ଅଭାବରୁ ଥରେ ଶିଳ୍ପନୁଷ୍ଠାନ ବନ୍ଦ ହେଲେ ଏହା କାର୍ୟ୍ୟକ୍ଷମ ହେବା ପାଇଁ ୬ମାସ ଲାଗିଯିବ ବୋଲି ଆଶଙ୍କା ରହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!