Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀଜଗନ୍ନାଥଙ୍କ ଜମି ମ୍ୟୁଟେସନ ଚିଠି ଫେକ୍‌

by ସଞ୍ଜୟ ସ୍ୱାଇଁ
October 19, 2021
in State
ଶ୍ରୀଜଗନ୍ନାଥଙ୍କ ଜମି ମ୍ୟୁଟେସନ ଚିଠି ଫେକ୍‌
62
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ଶ୍ରୀଜଗନ୍ନାଥଙ୍କ ଜମିକୁ କିସମ ପରିବର୍ତ୍ତନ ସହ ମ୍ୟୁଟେସନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିବା ଚିଠି ସମ୍ପୂର୍ଣ୍ଣ ଫେକ୍‌ । ଶ୍ରୀଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ହାତେଇବା ଉଦ୍ଦେଶ୍ୟରେ ଏପରି ହୀନ ଉଦ୍ୟମ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏପରି ଚକ୍ରାନ୍ତ ପଛରେ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ପର୍ଦ୍ଦାଫାସ ହୋଇପାରିନି। ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ କିଛି ଦିନ ପୂର୍ବେ ଏକ ଚିଠି ଆସିଥିଲା। ଉକ୍ତ ଚିଠିରେ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ଥିବା ସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ମଧ୍ୟ ସଂଯୋଗ କରାଯାଇଥିଲା। ମାତ୍ର ଏହାର ବୈଧତାକୁ ନେଇ ତହସିଲଦାରଙ୍କ ସନ୍ଦେହ ଉପୁଜିଥିଲା। ଏନେଇ ସୋର ତହସିଲଦାର ବିସ୍ତୃତ ଭାବରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ । ଏହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଅବଗତ କରାଇଥିଲେ। ସୋର ତହସିଲଦାରଙ୍କ ଅଭିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତର ସହ ନିଆଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଯାଞ୍ଚ ପରେ ଏହା ସମ୍ପୂର୍ଣ୍ଣ ଫେକ୍ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି। ଏହାବାଦ ଉକ୍ତ ଚିଠିକୁ ଆଧାର କରି କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ସୋର ତହସିଲଦାରଙ୍କୁ ଅବଗତ କରାଯାଇଛି। ଅପରପକ୍ଷେ, କିଛି ଲୋକ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। କିନ୍ତୁ ସେଥିରେ ଯାହା ଲୋଗୋ ଅଛି, ଡକ୍ୟୁମେଣ୍ଟ ଅଛି, ଜଗନ୍ନାଥ ମନ୍ଦିରକା କାର୍ୟ୍ୟାଳୟ ଭିତରର କିଛି କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!