Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା

by ସଞ୍ଜୟ ସ୍ୱାଇଁ
October 18, 2021
in Crime, State
ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା
63
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା ପୌରପାଳିକା ୫ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୃତ ବୁଦ୍ଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ବିବାଦର ସୂତ୍ରପାତ କରି ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଗଣ୍ଡଗୋଳ ପାଟିତୁଣ୍ଡ ଚାଲୁଥିବା ସମୟରେ ଲଦର ମୁଣ୍ଡା, ମାନି ମୁଣ୍ଡା ଓ ଶିବ ମୁଣ୍ଡା ମୃତ ବୁଦ୍ଧୁରାମଙ୍କ ଘରେ ପଶି ପଥରରେ ଆକ୍ରମଣ କରି ଛେଚି ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ। ତେବେ ସ୍ଥାନୀୟ ଲୋକ ଓ ପାଖ ପଡୋଶୀ ହତ୍ୟାକାରୀ ଦୁଇଭାଇଙ୍କୁ କାବୁ କରି ପୁଲିସର ଜିମା ଦେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭାଇ ଲଦର ମୁଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଯୋଡା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ପହଞ୍ଚି ହତ୍ୟାକାଣ୍ଡର କାରଣ ଖୋଜୁଥିବା ବେଳେ ବସ୍ତିବାସିନ୍ଦାଙ୍କ କବଳରୁ ଦୁଇଭାଇଙ୍କୁ ଥାନାକୁ ନେଇଥିଲେ। କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି, ତାକୁ ନେଇ ବିଭିନ୍ନ ଦିଗରୁ ଛାନଭିନ୍ କରୁଥିବା ପଲିସ ସୂଚନା ଦେଇଛି। ମୃତ ବୁଦ୍ଧୁରାମଙ୍କ ସ୍ତ୍ରୀ ସରସ୍ୱତୀ ସିରିକା ମୁଣ୍ଡା ଜଣେ ଦିନ ମଜୁରିଆ ମହିଳା ଶ୍ରମିକ ଭାବେ କାର୍ୟ୍ୟ କରୁଥିବାରୁ କାମ କରିବା ନିମନ୍ତେ ସେ ବାହାରକୁ ଯାଇଥିଲେ। ଘରେ ତାଙ୍କର ୪ଟି ସନ୍ତାନ ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!