Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
October 18, 2021
in Crime, State
ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ
49
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ସଦର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଆଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଗିରଫ ହୋଇଛନ୍ତି। ଟାଉନ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ ଓ ପୁଲିସ ତାକୁ କାଲି ଗାଁରୁ ଗିରଫ କରିଛି। ତାକୁ ପଇସା ଲୋଭ ଦେଖାଇ ମୁନା ଡାକି ଆଣିଥିବା ସେ କହିବା ସହ ବୋମାମାଡ଼ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଛି। ହେଲେ ଏହି ଘଟଣାରେ ସେ ଟ୍ୱିଷ୍ଟ ଆଣିଛନ୍ତି। ମୋହନ ଦୁଇଟି ବୋମା ମାଡ଼ ହୋଇଥିବା କହିଥିବା ବେଳେ ଅଭିଯୁକ୍ତ ରଘୁନାଥ ତିନୋଟି ବୋମା କଥା କହିଛନ୍ତି। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଗୁରୁବାର ପୁଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ବିଧାୟକଙ୍କ ଉପରକୁ ରାଜନୈତିକ ନୁହେଁ ବରଂ ଆର୍ଥିକ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୁଲିସ କହିଥିଲେ। ଗିରଫ ମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡା, ମନମୋହନ ଦାସ(ମୁନା), ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ। ଏମାନଙ୍କ ଠାରୁ ୪ଟି ମୋବାଇଲ ଦୁଇଟି ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଛି ପୁଲିସ। ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁବୃର୍ତ୍ତଙ୍କୁ ଗିରଫ କରିଥିଲା ପୁଲିସ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ବୋମା ମାଡ ପ୍ରତିବାଦରେ କେନ୍ଦୁଝର ବିଜେପି ଦଳ ପକ୍ଷରୁ ଦୁଇ ଦୁଇ ଥର ସହର ମଧ୍ୟରେ ଥିବା ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧି ଛକଠାରେ ରାସ୍ତା ଅବରୋଧ କରିଥିଲା। ଏହା ଛଡା ବିଜେପି ଦଳ ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ଡେଲିଗେସନ ଟିମ୍ କେନ୍ଦୁଝରଠାରେ ଆସି ପହଞ୍ଚିବା ସହ ଏସପିଙ୍କ ସହ ସର୍କିଟ ହାଉସଠାରେ ଆଲୋଚନା କରିଥିଲେ। ଏସପି ରାସ୍ତା ଅବରୋଧ ହଟାଇବା ସହ ସାତଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ଓ ପରେ ପରେ ସମସ୍ତଙ୍କୁ ଗିରଫ କରିବା ରେ ସଫଳ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!