କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅ ଳରୁ ଆନ୍ଧ୍ର ଚାଲଣ ବେଳେ ଅବକାରୀ ବିଭାଗ ଅଟୋ ସହ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଅଟୋରେ ଆନ୍ଧ୍ରକୁ ଗଞ୍ଜେଇ ଚାଲଣ ନେଇ ଜିଲ୍ଲା ଅକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡ଼କୁ ସୂଚନା ମିଳିଥିଲା । କୋରାପୁଟ ଅବକାରୀ ଇନ୍ସପେକ୍ଟର ଦିଲିପ ରଥଙ୍କ ନେତୃତ୍ୱରେ ସବଇନ୍ସ ପେକ୍ଟର ତ୍ରିନାଥ ତିନ୍ତଡ଼ା,ଏଏସଆଇ ଅରୋପଲକ ଦାସ,ସଞ୍ଜୟ ପ୍ରଧାନ,କନେଷ୍ଟବଳ ଦେବେନ୍ଦ୍ର ଖରା,ପ୍ରଶାନ୍ତ ଗୌଡ଼,ଆଲୋକ ଦାସ,ଆର.ଭେଙ୍କଟେଶ କୁମାର,ଅମର ବିଶୋୟୀ ଆଦିଙ୍କ ସହ ଏକ ଅବକାରୀ ଟିମ ଚଢ଼ଉ କରି ଅଟୋସହ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଆନ୍ଧ୍ର ପେଦାବାଇଲି ଥାନା ଶ୍ୟାମପାଙ୍ଗିପୁଟ ଗ୍ରାମର ପୁଜାରୀ ଗାଙ୍ଗାନା ନାମକ ଜଣେ ଅଟୋ ଚାଳକକୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ଇନ୍ସପେକ୍ଟର ଦିଲିପ ରଥ କହିଛନ୍ତି ଗଞ୍ଜେଇ ଚାଲଣ ନେଇ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମକୁ ସୂଚନା ମିଳିଥିଲା । ପାଡ଼ୁଆ ଅ ଜଳରୁ ଏକ ଅଟୋରେ ବିପୁଳ ଗଞ୍ଜେଇ ଆନ୍ଧ୍ରକୁ ଚାଲଣ ହେଉଥିବା ଖବର ମିଳିଥିଲା । ସୂଚନାକୁ ଆଧାର କରି ଅବକାରୀ ପ୍ଲାଇଙ୍ଗ ସ୍କ୍ୱାଡ଼ ପାଡ଼ୁଆ ଥାନା ବଡ଼ଦେବତା ମନ୍ଦିର ଛକ ନିକଟରେ ନାକାବନ୍ଦୀ କରିଥିଲା । ଛକରେ ଅଟୋକୁ ଅଟକାଇ ଯା କରିବା ପରେ ୭ଟି ବ୍ୟାଗରେ ଗଞ୍ଜେଇଥିବା ଜଣାପଡ଼ିଥିଲା । ଓଜନ ପରେ ୧୪୦ କେଜି ଗଞ୍ଜେଇଥିବା ଜଣାପଡ଼ିଛି । ଯାହାର ବଜାର ଦର ୭ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ଏପି ୩୫ଟିଏନ-୩୧୪୦ ନମ୍ବର ଥିବା ଅଟୋ ଯୋଗେ ଆନ୍ଧ୍ରକୁ ଚାଲଣ ହେଉଥିଲା । ଏହି ଘଟଣାରେ ଆସାମୀକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି ବୋଲି କୋରାପୁଟ ଅବକାରୀ ଇନ୍ସପେକ୍ଟର ଶ୍ରୀ ରଥ କହିଛନ୍ତି । ସୂଚନା ଥାଉକି ନିକଟରେ ପାଡ଼ୁଆ ଥାନା ଅ ଳର ରାଙ୍ଗିଣୀଗୁଡ଼ା ଗ୍ରାମରୁ ଅବକାରୀ ବିଭାଗ ଗଞ୍ଜେଇ ଗୋଦାମ ଠାବ କରି ୮୪ ଲକ୍ଷ ଟଙ୍କାର ବିପୁଳ ଗଞ୍ଜେଇ ଜବତ କରିଥିଲା । ପାଡ଼ୁଆ ଅ ଳରେ ଅବକାରୀ ବିଭାଗର ଏହା ଦ୍ୱିତୀୟ ସଫଳତା






