ଯାଜପୁର, (ବାଘୁଆବାର୍ତ୍ତା): କଇଁ ଫୁଲ ତୋଳିବା ହେଲା କାଳ । ବୁଡି ଯାଇ ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଅନୁଯାୟୀ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ଦୁଇ ବାଳକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ଦୁଇ ବାଳକ କୁନି ଜେନାଙ୍କ ୧୪ ବର୍ଷ ବୟସ୍କ ପୁଅ ବିଭୁତି ଜେନା ଓ ଉମା ଜେନାଙ୍କ ୧୭ ବର୍ଷ ବୟସ୍କ ପୁଅ ଦିବ୍ୟ ରଞ୍ଜନ ଜେନା । ଉଭୟ କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆଠାରେ ଥିବା କଣ୍ଡିଆକୁ ଯାଇଥିବା ବେଳେ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ବାଳକଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି ।






