Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଣି ପମ୍ପ ଚୋରି ଘଟଣାର ପର୍ଦ୍ଦାଫାଶ: ଜଣଙ୍କୁ ଗିରଫ କରିବା ସହ ମୋଟ ୧୧ଟି ପାଣି ପମ୍ପ ଜବତ କରିଛି ପୋଲିସ

by ସଞ୍ଜୟ ସ୍ୱାଇଁ
October 18, 2021
in Crime, State
ପାଣି ପମ୍ପ ଚୋରି ଘଟଣାର ପର୍ଦ୍ଦାଫାଶ: ଜଣଙ୍କୁ ଗିରଫ କରିବା ସହ ମୋଟ ୧୧ଟି ପାଣି ପମ୍ପ ଜବତ କରିଛି ପୋଲିସ
214
VIEWS
Share on FacebookShare on Twitter

ସୋନପୁର, (ବାଘୁଆବାର୍ତ୍ତା): ପାଣି ପମ୍ପ ଚୋରି ଘଟଣାର ପର୍ଦ୍ଦାଫାଶ । ଘଟଣାରେ ସାମିଲ ଥିବା ଜଣଙ୍କୁ ଗିରଫ କରିବା ସହ ମୋଟ ୧୧ଟି ପାଣି ପମ୍ପ ଜବତ କରିଛି ପୋଲିସ । ଏନେଇ ସୋନପୁର ପୋଲିସ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛି । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖ ପାଖ ଗାଁର ଲୋକଙ୍କ ଘରୁ ପାଣି ମୋଟର ଚୋରି ହେଉଥିବାର ଅଭିଯୋଗ ଆସିଥିଲେ । ଏନେଇ ସୋନପୁର ଥାନାରେ ଲିଖିତ ଭାବେ ଅଭିଯୋଗ ମଧ୍ୟ ହୋଇଥିଲା । ଏପରିକି ସହରର ଅତିରିକ୍ତ ତହସିଲଦାରଙ୍କ ଘରୁ ମଧ୍ୟ ପାଣି ପମ୍ପ ଚୋରି ହୋଇଥିଲା । ଅତିରିକ୍ତ ତହସିଲଦାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଞ୍ଚଳରୁ ବାରମ୍ବାର ଏପରି ଚୋରି ଘଟଣା ପରେ ପୋଲିସ ଆକ୍ସନକୁ ଆସିଥିଲା । ସହରର କଳିଙ୍ଗ ନଗରର ରହୁଥିବା ୨୧ ବର୍ଷୀୟ ରାମ ଗଡିଆ ନାମକ ଜଣେ ଯୁବକକୁ ସନ୍ଦେହ କରି ଅଟକ ରଖିଥିଲା ପୋଲିସ । ପୋଲିସ ପଚରାଉଚରାରେ ଅଟକ ଥିବା ଯୁବକ ସତ ମାନିଥିଲେ । ଅଟକ ଯୁବକ ନିକଟରୁ ୧୧ଟି ଚୋରି ହୋଇଥିବା ପାଣି ପମ୍ପ ଜବତ ହୋଇଛି । ଯୁବକ ଜଣଙ୍କ ସମସ୍ତ ପାଣି ପମ୍ପ ଚୋରୀ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ଅଭିଯୁକ୍ତ ଯୁବକ ରାମକୁ ଗିରଫ କରି ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରୀ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!